ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଂଗରେ ଇଟ୍‌ର ଫଟୋ ପ୍ରଦର୍ଶନୀ

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଗତ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଉଚ୍ଚକୋଟୀର ନାଟକମାନ ପ୍ରଦର୍ଶିତ ହୋଇଯାଇଅଛି।

International theater

International theater Photograph: (Sambad )

ଭୁବନେଶ୍ୱର: ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଗତ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଉଚ୍ଚକୋଟୀର ନାଟକମାନ ପ୍ରଦର୍ଶିତ ହୋଇଯାଇଅଛି।

ଏହି ଅବସରରେ ଜାତୀୟ ନାଟ୍ୟ ଉତ୍ସବରେ ଭୁବନେଶ୍ୱରର ଇଣ୍ଟରନ୍ୟାସ୍‌ନାଲ ଥିଏଟରର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସଂଗୀତ ନାଟକ ଏକାଡେମୀର ସଚିବ ଏହି ପ୍ରଦର୍ଶନୀକୁ ବେଶ୍ ପ୍ରଶଂସା କରି ଏହି ଜାତୀୟ ନାଟ୍ୟ ଉତ୍ସବର ମାନକୁ ବଢ଼େଇ ଦେଇଛି ବୋଲି ଉଲ୍ଲେଖ କରିଛନ୍ତି।

ଇଟ୍‌ର ନିର୍ଦ୍ଦେଶକ ମିହିର ମେହେର ଏହି ନାଟ୍ୟ ଉତ୍ସବ ତଥା ପ୍ରଦର୍ଶନୀ ପ୍ରଥମ କରି ବ୍ରହ୍ମପୁରରେ ହୋଇଥିବାରୁ ଏକାଡେମୀର ତଥା ଜାତୀୟ ନାଟ୍ୟ ଉତ୍ସବର ଆୟୋଜକ-ସହଯୋଗୀ ସଂସ୍ଥାର କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଛନ୍ତି। 
Odia culture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe