ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍କଲୁଙ୍କ ଆଉ ନିସ୍ତାର ନାହିଁ। ଜଂଗଲରେ ଯବାନ କମ୍ବିଂକୁ ଜୋରଦାର କରି ନକ୍ସଲଙ୍କର ସମସ୍ତ ଡମ୍ପ, ବଙ୍କର ଠାବ କରି ସେଗୁଡିକ ଧ୍ବଂସ କରିବା ସହ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁରଖିଥିବା ବୋମାଗୁଡିକକୁ ମଧ୍ୟ ନିଷ୍କ୍ରିୟ କରାଯାଉଛି।
ଏହି କ୍ରମରେ ଧମତରୀ ପୁଲିସ, ଡିଆରଜି, ସିଆରପିଏଫ ସର୍ଚ୍ଚ ଅପରେସନ ବେଳେ ଜଂଗଲରୁ ମାଓଡମ୍ପକୁ ଉଦ୍ଧାର କରିଛନ୍ତି। ଖଲ୍ଲାରୀ ଥାନା ଅଂଚଳର ଚମେନ୍ଦା, ସାଲେଭାଟ ଜଂଗଲରେ ସର୍ଚ୍ଚ ଅପରେସନ ବେଳେ ଯବାନ ଜଂଗଲରୁ ମାଓ ଡମ୍ପ ଦେଖିଥିଲେ। ଡମ୍ପରେ ୩ଟି ପ୍ରେସର କୁକର ବୋମା, ୩ଟି ଟିଣ ଡବାରେ ବୋମା, ୨ଟି ପାଇବ ବୋମା, ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି।
/sambad/media/media_files/2025/04/27/mkg-naxal-dump-udhar-106104.jpg)
ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡାକି ବୋମାଗୁଡିକକୁ ନିଷ୍କ୍ରିୟ କରାଯାଇଥିଲା। ନକ୍ସଲଙ୍କର ବଡ ଆକ୍ରମଣକୁ ଯବାନ ପଣ୍ଡ କରାଯାଇଥିବା କୁହାଯାଇଛି। ଧୀରେଧୀରେ ଛତିଶଗଡ଼ରେ ନକ୍ସଲ ପେକଫୁଟକୁ ଗଲେଣି। ସେମାନଙ୍କର ସ୍ଥିତି ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ।
Malkangiri
Follow Us