ବୃକ୍ଷରୋପଣ ମାଧ୍ୟମରେ ପ୍ରକୃତିର କୋଳକୁ ସବୁଜିମାରେ ଭରିଦେବାକୁ ଆହ୍ବାନ

Advertisment

ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ, ଯାହା ଜନମାନସରେ ପ୍ରକୃତି ପାଇଁ ସଚେତନତା ଓ ଦାୟିତ୍ୱର ବୋଧ ଜାଗ୍ରତ କରେ। ଚଳିତ ଥର ମଧ୍ୟ ବ୍ୟାପକ ଭାବେ ବୃକ୍ଷ ରୋପଣ ପାଇଁ ଆହ୍ବାନ କରାଯାଉଛି।

ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ, ଯାହା ଜନମାନସରେ ପ୍ରକୃତି ପାଇଁ ସଚେତନତା ଓ ଦାୟିତ୍ୱର ବୋଧ ଜାଗ୍ରତ କରେ। ଚଳିତ ଥର ମଧ୍ୟ ବ୍ୟାପକ ଭାବେ ବୃକ୍ଷ ରୋପଣ ପାଇଁ ଆହ୍ବାନ କରାଯାଉଛି।

1000279390

ଢେଙ୍କାନାଳ: ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ, ଯାହା ଜନମାନସରେ ପ୍ରକୃତି ପାଇଁ ସଚେତନତା ଓ ଦାୟିତ୍ୱର ବୋଧ ଜାଗ୍ରତ କରେ। ଏହି ଅବସରରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା, ଜିଲ୍ଲା ବନ ବିଭାଗ ଓ ଗୁରୁଦେବଜୀ ଫାଉଣ୍ଡେସନଙ୍କ ସହଯୋଗରେ ଆୟୋଜିତ "ଏକ ପେଡ଼ ମାଆ କେ ନାମ –୨.୦" ବୃକ୍ଷରୋପଣ ଅଭିଯାନ ଏକ ମାନବୀୟ ଓ ସାର୍ବଜନୀନ ଦୃଷ୍ଟିକୋଣ ଅନୁସାରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ମହାବିଦ୍ୟାଳୟ ପରିସରରେ ହେଉଥିବା ବେଳେ ଉପସ୍ଥିତ ଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଚିତ୍ତରଞ୍ଜନ ସାହୁ ଓ ଜିଲ୍ଲା ଏନ୍‌ଏସ୍‌ଏସ କାର୍ଯ୍ୟକ୍ରମ ଅଧିକାରୀ ଡ଼. ଦେବରାଜ ପରିଡ଼ା। ମୁଖ୍ୟ ଅତିଥି ଥିବା ଜିଲ୍ଲା ବନ ଅଧିକାରୀ ଯୁବ ସ୍ଵେଚ୍ଛାସେବୀମାନଙ୍କୁ ପୁଣିଥରେ ପ୍ରକୃତିର କୋଳକୁ ପୁରାତନ ଯୁଗ ଭଳି ସବୁଜିମାରେ ଭରିଦେବାକୁ ଆହ୍ବାନ ଦେଇଥିଲେ।

ଅଧ୍ୟକ୍ଷ ଡ଼. ସାହୁ ଅତିଥିମାନଙ୍କୁ ସ୍ନେହପୂର୍ଣ୍ଣ ଭାବେ ସ୍ୱାଗତ କରି ବନ ମହୋତ୍ସବର ଅନ୍ତଃସାର ବିଷୟରେ ଦୀପ୍ତିମାନ ଅଭିଭାଷଣ ପ୍ରସ୍ତୁତ କରିଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଡ଼. ରବର୍ଟ ଉଇଲସନ୍ ଭାତ୍ରା ଅତିଥିମାନଙ୍କ ପରିଚୟ ଓ ଦୃଷ୍ଟିକୋଣ ଅବଲୋକନ କରି ବୃକ୍ଷରୋପଣ ଅଭିଯାନକୁ ଏକ ସୁଦୃଢ଼ ଦୃଷ୍ଟାନ୍ତ ଦେଇଥିଲେ।

ଏହି ଅଭିଯାନରେ ବଉଳ, ବେଲ, ଅଁଳା, ଜାମୁ, ହରିଡା, କରଞ୍ଜ ଆଦି ପ୍ରକୃତି ପ୍ରେମୀ ଗଛମାନଙ୍କ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ସଂଚାଳନାର ଦାୟିତ୍ୱ ନିଭାଇଥିଲେ ଏନଏସଏସର ଯୁକ୍ତ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ବିଦୁସି ମଧୁସ୍ମିତା, ଯିଏ ବୃକ୍ଷରୋପଣରେ ସକ୍ରିୟ ଭାଗ ନେଇଥିଲେ ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତା ଅଭିଯାନର ଅନ୍ୟତମ ସହଯୋଗୀ ଥିଲେ ରେଡ଼ ଡୋନର କ୍ଲବର ରାଜେଶ ବେହେରା, ଶକ୍ତିବାହିନୀର ପ୍ରତିନିଧି ତ୍ରିଶା ମହାନ୍ତି ଓ ମଧୁସ୍ମିତା ସାମଲ, ଯେଉଁମାନେ ମନୋବଳ ଓ ନିଷ୍ଠା ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଅଭିଭାଷଣରେ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁ, ବୃକ୍ଷକୁ “ପ୍ରକୃତିର ଜୀବନ ବନ୍ଧୁ” ବୋଲି ଉପସ୍ଥାପନ କରି, ସମସ୍ତଙ୍କୁ ଏହି ଧରାକୁ ଶୁଧ ଅମ୍ଳଜାନ ଦେବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇ ଦାୟିତ୍ୱ ବୋଧର ସାକ୍ଷୀ ହେବାକୁ ଆହ୍ବାନ କରିଥିଲେ।

ଏହି ବନ ମହୋତ୍ସବ ଅଭିଯାନରେ ଗୁରୁଦେବଜୀ ଫାଉଣ୍ଡେସନ ଘୋଷଣା କରିଛନ୍ତି ଯେ, ଜିଲ୍ଲାର ସମସ୍ତ ବ୍ଲକରେ ୧୦୦୦ରୁ ଅଧିକ ଚାରା ରୋପଣ ହେବ ଓ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ୫୦୦ରୁ ଅଧିକ ଚାରା ରୋପଣ ଲକ୍ଷ୍ୟ ରଖାଯାଇଛି।

ସଭା ଶେଷରେ ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁ ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ଏହି ଅଭିଯାନକୁ ଏକ ଜୀବନ ଶୈଳୀର ଅଂଶ ଭାବେ ଗ୍ରହଣ କରିବାର ଅନୁରୋଧ କଲେ। ଏହି ଅଭିଯାନ ଏକ ତତ୍ତ୍ୱ ନୁହେଁ, ଏହା ହେଉଛି ଆଗାମୀ ପିଢି ପାଇଁ ଏକ ନିବେଦନ– ପ୍ରକୃତି ସହିତ ସମନ୍ୱୟର ଜୀବନଯାପନ।

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe