ବୃକ୍ଷ ରୋପଣ ହିଁ ପ୍ରକୃତିକୁ ପ୍ରଳୟ ମୁହଁରୁ ବଞ୍ଚାଇପାରିବ: ବିଧାୟକ

ବନ ମହୋତ୍ସବ ପାଳନ ଅବସରରେ ‘ସମ୍ବାଦ ଆମ ଓଡ଼ିଶା’ ଓ ବେତନଟୀ ବନାଞ୍ଚଳ ମିଳିତ ସହଯୋଗରେ ଚଳିତ ଋତୁରେ ପ୍ରଥମ କରି ବୈଶିଙ୍ଗାସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ ସମେତ ଚାରା ବଣ୍ଟନ କରାଯାଇଛିl

b2d3f4e5-9a8b-4ee5-a469-e875ca96de7e

ବୈଶିଙ୍ଗା: ବନ ମହୋତ୍ସବ ପାଳନ ଅବସରରେ ‘ସମ୍ବାଦ ଆମ ଓଡ଼ିଶା’ ଓ ବେତନଟୀ ବନାଞ୍ଚଳ ମିଳିତ ସହଯୋଗରେ ଚଳିତ ଋତୁରେ ପ୍ରଥମ କରି ବୈଶିଙ୍ଗାସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ ସମେତ ଚାରା ବଣ୍ଟନ କରାଯାଇଛିl ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ ପୂର୍ବକ ପ୍ରକୃତିର ତାଣ୍ଡବ ହେଉ କି, ପ୍ରାକୃତିକ ବିପର୍ଯ୍ୟୟ ଅବା ହେଉ ବିଶ୍ୱତାପନ, ପରିବେଶ ପ୍ରଦୃଷଣ, ସବୁର ଗୋଟିଏ ସମାଧାନ ଗଛ ଲଗାଇବା ବୋଲି ମତ ବ୍ୟକ୍ତ କରିଥିଲେ ଓ ନିଜେ କଲେଜ ପରିସରରେ ବୃକ୍ଷ ରୋପଣ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲେl 

ସେହିଭଳି ବୃକ୍ଷ ରୋପଣ ହିଁ ପ୍ରକୃତିକୁ ପ୍ରଳୟ ମୁହଁରୁ ବଞ୍ଚାଇପାରିବ ବୋଲି ନିଜ ଅଭଭାଷଣରେ କହିଥିଲେ ଅନ୍ୟତମ ସମ୍ମାନିତ ଅତିଥି ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନl ପରେ ଏହି ବାର୍ତ୍ତାକୁ ବହନ କରି ବେତନଟୀ ବନାଞ୍ଚଳ ଓ ସମ୍ବାଦ ସାହିତ୍ୟଘର ବୈଶିଙ୍ଗା ଶାଖା ପକ୍ଷରୁ ବିଦ୍ୟାଳୟ ପରିସରରେ କରଞ୍ଜ, ନିମ, ଆମ୍ବ, ପିଜୁଳି, ବଉଳ, ବର, ଅସ୍ତ, ଚମ୍ପା ଓ ନାଗେଶ୍ୱର ଭଳି ୨୦୦ରୁ ଉର୍ଦ୍ଧ ଚାରା ରୋପଣ କରିଵା ସହିତ ଏକାଧିକ ଚାରା ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଇଛିl

ଅନ୍ୟପଟେ ବିଦ୍ୟାଳୟର ନବନିଯୁକ୍ତ ଅଧକ୍ଷ ବୀରେନ୍ଦ୍ର କୁମାର ବେହେରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହି ପ୍ରତ୍ୟେକ ଲୋକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କରିବାକୁ ଆହ୍ବାନ ଦେଇଥିଲେl ସେହିଭଳି ସ୍ଥାନୀୟ 'ସମ୍ବାଦ' ଓ 'କନକ ନ୍ୟୁଜ' ପ୍ରତିନିଧି ଦୀପକ କୁମାର ସିଂହ ଉପସ୍ଥିତ ରହି ଜଙ୍ଗଲ ରହିଲେ ଜୀବଜଗତ ବଞ୍ଚରହିବ ବୋଲି ମତ ପ୍ରକାଶ ପ୍ରକାଶ କରିବା ସହିତ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ଆହ୍ବାନ ଦେଇଥିଲେl

b561ba34-850e-4ad6-a754-cb7c6adf5059

ଏହି ଅବସରରେ କଲେଜର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲାl ବନମୋହତ୍ସବ ଅବସରରେ ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ବୈଶିଙ୍ଗା ସମ୍ବାଦ ସାହିତ୍ୟଘର ଓ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନଙ୍କ ମିଳିତ ସହଯୋଗରେ ସର୍ବନିମ୍ନ ୨ହଜାର ଚାରା ରୋପଣ କରାଯିବା ସହିତ ୫୦୦ରୁ ଊର୍ଦ୍ଧ୍ବ ଚାରା ବଣ୍ଟନ କରାଯିବା ନେଇ ସ୍ଥିରୀକୃତ ହୋଇଛିl ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବୈଶିଙ୍ଗା ସମ୍ବାଦ ସାହିତ୍ୟଘରର ସଦସ୍ୟ, କଲେଜର କର୍ମଚାରୀ ବୃନ୍ଦ, ସ୍ଥାନୀୟ ଅଞ୍ଚଳର ସ୍ବେଛାସେବୀ ଯୁବକ ଓ ସାମ୍ବାଦିକଙ୍କ ସମେତ ଏକାଧିକ ବନକର୍ମଚାରୀ ଉପସ୍ଥିତ ଥିଲେl

Forest | Sanatan Bijuli

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe