ଯୁକ୍ତ ୨ ପରୀକ୍ଷା ଶେଷ: ଫଳ ଅପେକ୍ଷାରେ ଛାତ୍ରଛାତ୍ରୀ-ଅଭିଭାବକ-ଶିକ୍ଷକ

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି। ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି। ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି।

CHSE result

CHSE result Photograph: (sambad.in)

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ  ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି। ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୨ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ କଡ଼ା ନଜର ରହିବ। ପରୀକ୍ଷା ଫଳ ପାଇଁ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଅପେକ୍ଷା କରିବେ। 

ସିଚ୍‌ଏସ୍‌ଇ ପରୀକ୍ଷା ସରିଥିବାବେଳେ ମୋଟ ୩୦୦ ଜଣ  ବିଦ୍ୟାର୍ଥୀ କପି କରି ଧରା ପଡ଼ିଛନ୍ତି। ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି। ଏକ୍‌ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡ଼ିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ।

ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ।

ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ଶିକ୍ଷକମାନେ ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ଟି ଖାତା ଦେଖିପାରିବେ ଶିକ୍ଷକ। ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ।

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ଏଥର ମାଲ ପ୍ରାକ୍ଟିସ୍‌ ବା ଏମ୍‌ପିରେ ବୁକ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆସ୍ୱସ୍ତି ମିଳିଛି। କୌଣସି ଭୁଲ ନଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମ୍‌ପିରେ ବୁକ୍‌ ହୋଇଥିଲେ ସେମାନଙ୍କ ଖାତାକୁ ବିଚାରକୁ ନେଇ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକା ସାଙ୍ଗରେ ପ୍ରକାଶ ପାଇବ।

Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe