ଯୁକ୍ତ ୨ ପରୀକ୍ଷା ଫଳ ଘୋଷିତ: ପରୀକ୍ଷାର୍ଥୀ ୱେବ୍‌ସାଇଟ୍‌ରେ ଦେଖନ୍ତୁ ନିଜର ରେଜଲ୍ଟ

ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଯାହାକୁ ଅପେକ୍ଷା କରିଥିଲେ, ତାହା ଆସି ଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Plus two results 2025

Plus two results 2025 Photograph: (Sambad.in )

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଯାହାକୁ ଅପେକ୍ଷା କରିଥିଲେ, ତାହା ଆସି ଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ଅପରାହ୍‌ଣରେ ପ୍ରକାଶ ପାଇଛି। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି।

ଯୁକ୍ତ ୨ ପରୀକ୍ଷାର ରେଜଲ୍ଟ ପ୍ରକାଶନ ପାଇଁ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏହାର ଘଣ୍ଟାକ ପରେ ଅର୍ଥାତ୍‌ ଅପରାହ୍ଣ ୫ଟା ବେଳକୁ ପରୀକ୍ଷାର୍ଥୀ https://results.odisha.gov.inhttps://results.digilocker.gov.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।

ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ୱେବ୍‌ସାଇଟ୍‌ରେ ଦେଖିପାରିବେ।

Plus 2 result
Plus 2 result Photograph: (sambad.in)

ଛାତ୍ରଛାତ୍ରୀମାନେ ଅପରାହ୍ଣ ୫ଟା ବେଳକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ/ଅଧ୍ୟକ୍ଷା ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ବିଦ୍ୟାଳୟର ଟାବୁଲେସନ୍‌ ‌ରେଜିଷ୍ଟର ପାଇପାରିବେ, ଯାହାକି ପିଲାମାନଙ୍କ ୨୦୨୫ ତତ୍କାଳ (ଇନ୍‌ଷ୍ଟାଣ୍ଟ) ପରୀକ୍ଷାର ଫର୍ମ ପୂରଣରେ ସହାୟକ ହେବ ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଯୁକ୍ତ୨ ପରୀକ୍ଷାରେ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏଥିରୁ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ହଜାର ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା। ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ ହୋଇ ମେ ୧ ତାରିଖ ମଧ୍ୟରେ ଶେଷ ହୋଇଥିଲା। 

 Education | +2 examinations

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe