‘ଲୋକେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ନିୟୋଜିତ ହେବା ଏକ ପବିତ୍ର ସଂଯୋଗ’

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ। ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ। ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି।

PM Modi at Janata Maidan

Puri Jagannath Rath Yatra Photograph: (sambad.in)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ। ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି। ବର୍ତ୍ତମାନ ସମୟରେ, ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ମୂଳଦୁଆ ପାଲଟିଛି, ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ଏହାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ବିକାଶର ମନ୍ତ୍ରକୁ ଆନ୍ତରିକତାର ସହିତ ଗ୍ରହଣ କରିଛି। 

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂରଣ ହେବା ସହିତ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ନିୟୋଜିତ ହେବା ଏକ ପବିତ୍ର ସଂଯୋଗ। ମହାପ୍ରଭୁ ଜଗନ୍ନାଥ ଏକ ବିଶାଳ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିର ସହ ଜଡିତ ସମସ୍ୟାର ମଧ୍ୟ ସମାଧାନ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ । କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଶ୍ରୀ ମୋହନ ମାଝୀ ଏବଂ ତାଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସରକାର ଗଠନ ହେବା ପରେ ତୁରନ୍ତ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଥିଲା। ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା ରାଜନୈତିକ ବିଜୟର ବିଷୟ ନୁହେଁ ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସ୍ୱୀକାର କରିବାର ଏକ ସମ୍ମାନଜନକ କାର୍ଯ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ। 

କାନାଡାରେ ଜି-୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ନିମନ୍ତ୍ରଣକୁ ବିନମ୍ରତାର ସହିତ ଅସ୍ୱୀକାର କରିଥିଲି। ଏହାର କାରଣ ହେଲା ଆଜି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ଆସିବା ଲାଗି ଯୋଜନା କରିଥିଲି। 

-ନରେନ୍ଦ୍ର ମ‌ୋଦୀ, ପ୍ରଧାନମନ୍ତ୍ରୀ

ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

rath yatra | Puri Jagannath temple | Narendra Modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe