ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେଲା ବୌଦ୍ଧ; ଗଡ଼ିଲା ଟ୍ରେନ୍‌

Advertisment

ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି।

d773206e-0193-4783-8be0-7dff3cb3eaaf

Boudh railway station Photograph: (sambad.in)

ଭୁବନେଶ୍ବର/ବୌଦ୍ଧ: ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସୋନ୍ପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ନବନିର୍ମିତ ରେଳଧାରଣାର ଉଦ୍‌ଘାଟନ ହୋଇଛି। ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ଆଭାସୀ (ଭିଡ଼ିଓ କଡ଼ଫରେସନ୍) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି।

modi rail
Narendra Modi Photograph: (sambad.in)

ପୁରୁଣାକଟକ ଏବଂ ବୌଦ୍ଧରୁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ  ଉପସ୍ଥିତିରେ ଏକସଂଗେ ଦୁଇଟି ଟ୍ରେନ୍ ଗଡ଼ିବା ସହ ବୌଦ୍ଧ ରେଳ ଷ୍ଟେସନ୍‌ରେ ଏକ ଭବ୍ୟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପରେ ମୋଟ ୩୦୧କିମି ରେଳପଥରୁ ଆଉ ମାତ୍ର ୭୫କିମି (ପୁରୁଣାକଟକରୁ ଦଶପଲ୍ଲା ମଧ୍ୟରେ) ନିର୍ମାଣ କାମ ବାକି ରହିଛି। ତେବେ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦କିମି ରେଳପଥ ସମ୍ପୂର୍ଣ୍ଣ ହୋଇ ସିଆର୍ଏସ୍ ନିରୀକ୍ଷଣ ଗତ ମାର୍ଚ୍ଚମାସରେ ଶେଷ ହୋଇଥିଲା।

ଜିଲ୍ଲା ଗଠନର ୩୧ବର୍ଷ ପରେ ରେଳ ଚଳାଚଳ ଆରମ୍ଭ କରିଥିବାରୁ ବୌଦ୍ଧବାସୀଙ୍କ ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି, ଯାହାକି ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।  

72885cb1-7a4c-4090-ba67-d5b6ca3f5525
Boudh Railway station Photograph: (sambad.in)

ବୌଦ୍ଧ-ନୂଆ ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ପ୍ରତି ସୋମବାର ବୌଦ୍ଧରୁ ସକାଳ ୭ଟାରେ ଛାଡ଼ିବ ଏବଂ ବଲାଙ୍ଗୀର-ସମ୍ବଲପୁର-ଅନୁଗୁଳ-ନରାଜ ଦେଇ ନୂଆ ଭୁବନେଶ୍ୱର ଷ୍ଟେସନ୍‌ରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍‌ଟି ସୋମବାର ନୂଆ ଭୁବନେଶ୍ୱରରୁ ରାତି ୧୧ଟାରେ ଛାଡ଼ିବ ଏବଂ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ବୌଦ୍ଧରେ ପହଞ୍ଚିବ। ସେହିପରି ସମ୍ବଲପୁରରୁ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ ରବିବାର ସନ୍ଧ୍ୟା ୭ଟା ୨୫ରେ ଛାଡ଼ିବ ଏବଂ ସେହି ରାତି ୧୧ଟା ୫୫ରେ ବୌଦ୍ଧରେ ପହଞ୍ଚିବ। ଫେରିବା ସମୟରେ ବୌଦ୍ଧରୁ ଏହି ଟ୍ରେନ୍‌ଟି ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଛାଡ଼ିବ ଏବଂ ସେହି ସନ୍ଧ୍ୟା ୭ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ଏହାବ୍ୟତୀତ ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍ ପାସେଞ୍ଜର ଟ୍ରେନ୍ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚଳାଚଳ କରିବ।

 Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe