ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଦାବି

Advertisment

ନିଜ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ କ ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତର ମଗଡ଼ିଙ୍ଗିଆ, କଦାକାମ୍ବା, ଗୁଞ୍ଜିଗାଁ, ରୁଗୁଡ଼ି ସାହି ଏବଂ ପାଙ୍ଗାନାଜୁ  ଗ୍ରାମବାସୀ ଦାବି କରିଛନ୍ତି।

ନିଜ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ କ ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତର ମଗଡ଼ିଙ୍ଗିଆ, କଦାକାମ୍ବା, ଗୁଞ୍ଜିଗାଁ, ରୁଗୁଡ଼ି ସାହି ଏବଂ ପାଙ୍ଗାନାଜୁ  ଗ୍ରାମବାସୀ ଦାବି କରିଛନ୍ତି।

PMAY

PMAY Photograph: (Sambad )

ଘୁ.ଉଦୟଗିରି: ନିଜ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ କ ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତର ମଗଡ଼ିଙ୍ଗିଆ, କଦାକାମ୍ବା, ଗୁଞ୍ଜିଗାଁ, ରୁଗୁଡ଼ି ସାହି ଏବଂ ପାଙ୍ଗାନାଜୁ  ଗ୍ରାମବାସୀ ଦାବି କରିଛନ୍ତି। ଏହି କ୍ଷେତ୍ରରେ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ  ଛକ ଠାରୁ ଗାଁ ଭିତରକୁ ଯାଇଥିବା  ରାସ୍ତା ସାଜିଛି ମରଣଯନ୍ତା ଖାଲଖମା ହେଇ ଏତେ କଦର୍ଯ୍ୟ ହେଇଛି କହିବା ନ ଭଲ। ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ନାହିଁ। ମଗଡ଼ିଙ୍ଗିଆ ଛକ ଠାରୁ ସାହି ରାସ୍ତା ଯିବାକୁ ହେଲେ ପର୍ବତ ପାହାଡ଼ ଦେଇ ବଲମରପଦା ପର୍ଯ୍ୟନ୍ତ ଚାରି କିଲୋମିଟର ରାସ୍ତା ସାଜିଛି ମରଣଯନ୍ତା।

ଅଞ୍ଚଳବାସୀ ଯିବାକୁ ହେଲେ ମାଟି ଖାଲଖମା ରାସ୍ତା ଦେଇ ଯିବାକୁ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ୫ଖଣ୍ଡ ଗାଁରେ ୧୨୦ ପରିବାରରୁ ଊର୍ଦ୍ଧ୍ବ ଥିବା ବେଳେ ଜନସଂଖ୍ୟା ୭୫୦ରୁ ଊର୍ଦ୍ଧ୍ବ ରହିଥିବା ଜଣାପଡ଼ିଛି। ଏହି ଗାଁ ସାହିକୁ ଯିବାକୁ ହେଲେ ପାଦରେ ଚାଲିକି ଯିବାକୁ ପଡ଼ୁଥାଏ। ଖରା ଦିନେ ଯିବା କିଛି ମାତ୍ରା ଠିକ୍ ଥିବା ବେଳେ ବର୍ଷା ଦିନେ ଖାଲଖମା କାଦୁଆ ରାସ୍ତା ଦେଇ ଯାଉଥିବା ଅଭିଯୋଗ କରିଛନ୍ତି।

ଅନ୍ୟ ପଟେ ନିଜ ଗାଁକୁ ରାସ୍ତା ପାଇଁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲ ମଧ୍ୟ କେହି ଏଥିପ୍ରତି କେହି ଗୁରୁତ୍ଵ ଦେଉନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏଣୁ ଏହି ୫ ଖଣ୍ଡ ଗ୍ରାମ କ ନୂଆଗାଁ ପ୍ରଶାସନର ସାବତ ଗାଁ ବୋଲି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମଗଡ଼ିଙ୍ଗିଆ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ୱାର୍ଡ଼ମେମ୍ବର ଲିପା ମଲ୍ଲିକ କୃଷିକ ମଲ୍ଲିକ ରାଜକିଶୋର ମଲ୍ଲିକ, ବିଜୟ ପ୍ରଧାନ, ବିଶ୍ଵାମିତ୍ର ମଲ୍ଲିକ ଗାଁ ସାଥୀ ଲୋହିତ କୁମାର ମଲିକ, ଗୋବର୍ଦ୍ଧନ ପ୍ରଧାନ, ବିମଳ ବଗର୍ତ୍ତୀ ପ୍ରଧାନ ବଶିଷ୍ଠ ବିନ୍ଧାଣୀ, ଦିଲ୍ଲୀପ ଦିଗାଲ ଶ୍ରମିକ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିବା ସହିତ ଦାବି ପୂରଣ ନହେଲେ ଆଗାମୀ କିଛି ଦିନ ଭିତରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ୫ ଖଣ୍ଡ ଗାଁର ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe