ମରଣଯନ୍ତା ପାଲଟିଛି ‘ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା’ରେ ନିର୍ମିତ ରାସ୍ତା

ପ୍ରଧାନମନ୍ତ୍ରୀ ସଡ଼କ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟ ବରାଦ କରି ହଜାର ହଜାର କିମି ପିଚୁ ରାସ୍ତା ନିର୍ମାଣ କରୁଥିବା ବେଳେ କିଛି ମୁନାଫାଖୋର କର୍ମଚାରୀମାନଙ୍କ ଯୋଗୁଁ ରାସ୍ତାଗୁଡ଼ିକ ନିର୍ମାଣର କିଛି ଦିନ ଭିତରେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି।

PMGSY G Udaygiri

PMGSY G Udaygiri Photograph: (sambad.in)

ଘୁ.ଉଦୟଗିରି: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ବରାଦ କରି ହଜାର ହଜାର କିମି ପିଚୁ ରାସ୍ତା ନିର୍ମାଣ କରୁଥିବା ବେଳେ କିଛି ମୁନାଫାଖୋର କର୍ମଚାରୀମାନଙ୍କ ଯୋଗୁଁ ରାସ୍ତାଗୁଡ଼ିକ ନିର୍ମାଣର କିଛି ଦିନ ଭିତରେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। 

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଠାରୁ ବନେଗାଁ ଦେଇ ଯାଇ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏହି ରାସ୍ତାଟି ୨୦୧୮ ମସିହାରୁ ନିର୍ମାଣ ହୋଇଥିବା ବେଳେ ୨୦୨୩ ଶେଷ ହୋଇଥିଲା। ଏହି ରାସ୍ତା ନିର୍ମାଣକାରୀ ଠିକାଦାର ୫ବର୍ଷୀୟା ରକ୍ଷଣାବେକ୍ଷଣ ଏବଂ ମରାମତି ନିମନ୍ତେ ଚୁକ୍ତି କରିଥିବା ଏବଂ ସେଇ ଅନୁସାରେ ଅର୍ଥ ନେଇଥିବା ସତ୍ତ୍ୱେ ନା ବାର୍ଷିକ ରକ୍ଷଣାବେକ୍ଷଣ ହେଉଛି ନା ରାସ୍ତା ମରାମତି ହେଉଛି।

ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଠାରୁ ବନେଗାଁ ଦେଇ ଯାଇ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏହି ରାସ୍ତାଟି ୨୦୧୮ ମସିହାରୁ ନିର୍ମାଣ ହୋଇଥିବା ବେଳେ ୨୦୨୩ ଶେଷ ହୋଇଥିଲା। ଏହି ରାସ୍ତା ନିର୍ମାଣକାରୀ ଠିକାଦାର ୫ବର୍ଷୀୟା ରକ୍ଷଣାବେକ୍ଷଣ ଏବଂ ମରାମତି ନିମନ୍ତେ ଚୁକ୍ତି କରିଥିବା ଏବଂ ସେଇ ଅନୁସାରେ ଅର୍ଥ ନେଇଥିବା ସତ୍ତ୍ୱେ ନା ବାର୍ଷିକ ରକ୍ଷଣାବେକ୍ଷଣ ହେଉଛି ନା ରାସ୍ତା ମରାମତି ହେଉଛି।

ଠିକାଦାର ଚୁପ ହୋଇ ବସିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।।ଫଳରେ ରାସ୍ତାରୁ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଛି। ବର୍ତ୍ତମାନ ପିଚୁ ଉଠି ଖାଲଖମା ହୋଇଛି। ପିଚୁଗୁଡ଼ିକ ଏଣେତେଣେ ପଡ଼ି ରହିଥିବାରୁ ଯିବା ଆସିବାପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି।

ପ୍ରତି ଦିନ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଲୋକ ଯାତାୟତ କରନ୍ତି। ଏହି ଅଞ୍ଚଳ ପାଇଁ ଏରାସ୍ତାର ଗୁରୁତ୍ବପୂର୍ଣ୍ଣ ରିଛି। ତେଣୁ ଏଥିପ୍ରତି ଦୃଷ୍ଟି ଆକର୍ଷଣ ଦେଇ ପ୍ରଶାସନ ରାସ୍ତା ମରାମତି କରିବାକୁ ଅଞ୍ଚଳର ସମାଜସେବୀ ବିବେକାନନ୍ଦ ପ୍ରଧାନ ସମେତ ବୃଦ୍ଧିଜୀବୀମାନେ ଦାବି କରିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe