ରାଉରକେଲା: ସେକ୍ଟର-୧୯ ଓ ୭ ପୁଲିସ ପଞ୍ଝାରେ ପଡ଼ିଛନ୍ତି ଲୁଟେରା, ଚୋର ଓ ଏମାନଙ୍କଠୁ ସୁନାଗହଣା ଲୁଟ୍ କରୁଥିବା ଦୁଇ ମହିଳା। ଉଭୟ ଥାନା ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋର ହେଲେ ସେକ୍ଟର-୧୫ ମଲ୍ଲିକ ବସ୍ତିର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓରଫ୍ ‌ସାନୋ (୨୩), ସେକ୍ଟର-୧୬ ଜଗନ୍ନାଥପାଲିର ଅଭିଷେକ ନାଗ ଓରଫ୍‌ ଅଭି (୨୨), ସେକ୍ଟର-୬ ଗୁଣ୍ଡିଚାମନ୍ଦିର ପଛପାର୍ଶ୍ବ ବସ୍ତିର ସୁବ୍ରତ ସ୍ବାଇଁ  ଓରଫ୍‌ ହ୍ରିତିକ୍‌ ଓରଫ୍‌ ରାହୁଲ୍‌ (୨୨)।

Advertisment

ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ନିକଟରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ଦୁଇଟି ସୁନାମୁଦି, ନେକ୍‌ଲେସ୍‌, ଦୁଇଟି ନାକଫୁଲ, ରୁପା ଅଳଙ୍କାର, ଦୁଇଟି ଦାମି ଘଣ୍ଟା, ସୁନା କାନଫୁଲ, ମୋବାଇଲ ଆଦି ଜବତ ହୋଇଛି। ତା’ ନାଁରେ ସେକ୍ଟର-୭, ୧୫ ଓ ୧୯ ଥାନାରେ ୧୪ଟି ମାମଲା ରହିଛି। ଦୁଇ ମହିଳାଙ୍କ ୧୧ରୁ ଅଧିକ ମାମଲା ରହିଛି। ସେମିତି ଅଭିଷେକ ନାଗ ଓ ସୁବ୍ରତ ନାଁରେ ସେକ୍ଟର-୧୯, ଝିରପାଣି ଥାନାରେ ୩ଟି ମାମଲା ରହିଛି। ଏମାନଙ୍କ ନିକଟରୁ ଦୁଇଟି ଭ୍ୟାନିଟି ବ୍ୟାଗ୍, ନଗଦ ୨୬୮୦ ଟଙ୍କା, ଆଧାର, ପାନ୍‌, ଭୋଟର କାର୍ଡ ସହ ପାସ୍‌, ଏଟିଏମ୍‌ କାର୍ଡ, ଦୁଇଟି ମୋବାଇଲ ଓ ହାତଘଣ୍ଟା ଜବତ ହୋଇଛି।

ଆହୁରି ପଢନ୍ତୁ- NIT Students 8 Products ଆତ୍ମନିର୍ଭରଶୀଳ ସହ ଚାକିରି ଦେଉଛନ୍ତି ଏନ୍‌ଆଇଟି ଛାତ୍ରଛାତ୍ରୀ, ଏସେନ୍ସ କୋ ବ୍ରାଣ୍ଡର ୮ ପ୍ରଡକ୍ଟର ଶୁଭାରମ୍ଭ

କ୍ବାର୍ଟର୍ସ ପଛପାର୍ଶ୍ବ ଘରର ଆଜବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ ପୂର୍ଣ୍ଣଚନ୍ଦ୍ର

ସେକ୍ଟର-୮ ‘ଏ’ ବ୍ଲକ୍‌ରେ ରତ୍ନାକର କିସାନ ପରିବାର ସହ ରହନ୍ତି। ରତ୍ନାକରଙ୍କ ପତ୍ନୀ ସୁକିନ୍ଦା ସଂଧ୍ୟାରେ ଘରେ ତାଲାମାରି ଆମ୍ବାଗନ୍‌ ବଜାରକୁ ମାର୍କେଟିଂ କରିବାକୁ ଯାଇଥିଲେ। ପୂର୍ଣ୍ଣଚନ୍ଦ୍ର କ୍ବାର୍ଟର୍ସ ପଛପାର୍ଶ୍ବ ଘରର ଆଜବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଆଲମିରା ଭାଙ୍ଗି ସୁନାଗହଣା ସହ ନଗଦ ୨୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲା। ସୁକିନ୍ଦା ଏ ସମ୍ପର୍କରେ ସେକ୍ଟର -୭ ଥାନାରେ ଲିଖିତ ଏତଲା ଦେଇଥିଲେ। କୋଏଲନଗର ‘ଡି’ ବ୍ଲକ ଭାଟାବସ୍ତିର ପୂଜା ରୱାନି ସାଇକଲରେ ଘରକୁ ଫେରୁଥିଲେ। ସେକ୍ଟର-୧୯ ଫିଟ୍‌ନେସ୍‌ ପାର୍କ ନିକଟରେ ଅଭିଷେକ ଓ ସୁବ୍ରତ ଦୁହେଁ ପୂଜାଙ୍କୁ ଅଟକାଇ ତାଙ୍କ ଭ୍ୟାନିଟ୍‌ ଛଡ଼ାଇ ସେଠାରୁ ଚମ୍ପଟ ମାରିଥିଲେ। ପୂଜା ଏ ସଂକ୍ରାନ୍ତରେ ସେକ୍ଟର-୧୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆହୁରି ପଢନ୍ତୁ- Anna Bissell: ଭ୍ୟାକୁମ୍ କ୍ଲିନର୍‌ର ଜନନୀ: ଅନା ବିସେଲ୍