ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ର୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ।

Untitled

ଜଗତସିଂହପୁର: ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି। ପ୍ରାୟ ସାଢେ ୩ ମାସ ପରେ ପୁଲିସ କୌଣସି କାର୍ଯ୍ଯାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ଆଣିଥିଲେ ପୀଡିତାଙ୍କ ମା । ଏପରିକି ମାଙ୍କ ନାଁରେ କେସ କରିବାକୁ ପୁଲିସ ପୀଡିତାଙ୍କୁ ଧମକ ଦେବାର ଅଡିଓ ଭାଇରାଲ୍ ହୋଇଥିଲା । ପୁଲିସ ଏହା ପରେ ଅଧିକ ତତ୍ପରତା ଦେଖାଇଥିଲା। 

ଅଭିଯୁକ୍ତ ସବଇନ୍ସପେକ୍ଟର ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି | ନାବାଳିକାଙ୍କ ଘର ଜଗତସିଂହପୁର ଥାନା ଅଞ୍ଚଳରେ| ସବଇନ୍ସପେକ୍ଟର ଅମିତ ପାଢୀଙ୍କ ସହ ନାବାଳିକାଙ୍କର ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତବର୍ଷ ସେ ନାବାଳିକାଙ୍କୁ ବାଲେଶ୍ବରରେ ଏକ ମନ୍ଦିରରେ ବିବାହ କରିଥିଲେ | ଏହା ଆଇନଗତ ଅପରାଧ ହୋଇଥିବା ଜାଣି ମଧ୍ୟ ସବଇନ୍ସପେକ୍ଟର ନାବାଳିକାଙ୍କୁ ବିବାହ ସହ ଶାରୀରିକ ସମ୍ପର୍କ ରଖିଥିଲେ | ସେହିପରି ବିବାହ ପର ଠାରୁ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି | ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦିଆ ଯାଉଥିବା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି | ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଘରକୁ ଚାଲି ଆସିଥିଲେ | ପରିବାର ଲୋକଙ୍କୁ ସବୁ କଥା କହିବା ପରେ ନାବାଳିକାଙ୍କ ମା ଥାନାର ଦ୍ବାରସ୍ଥ ହୋଇଥିଲେ |

ସୂଚନାଯୋଗ୍ୟ, ଅଭିଯୁକ୍ତ ସବଇନ୍ସପେକ୍ଟର ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି | ନାବାଳିକାଙ୍କ ଘର ଜଗତସିଂହପୁର ଥାନା ଅଞ୍ଚଳରେ | ସବଇନ୍ସପେକ୍ଟର ଅମିତ ପାଢୀଙ୍କ ସହ ନାବାଳିକାଙ୍କର ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତବର୍ଷ ସେ ନାବାଳିକାଙ୍କୁ ବାଲେଶ୍ବରରେ ଏକ ମନ୍ଦିରରେ ବିବାହ କରିଥିଲେ | ଏହା ଆଇନଗତ ଅପରାଧ ହୋଇଥିବା ଜାଣି ମଧ୍ୟ ସବଇନ୍ସପେକ୍ଟର ନାବାଳିକାଙ୍କୁ ବିବାହ ସହ ଶାରୀରିକ ସମ୍ପର୍କ ରଖିଥିଲେ | ସେହିପରି ବିବାହ ପର ଠାରୁ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି | ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦିଆ ଯାଉଥିବା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି | ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଘରକୁ ଚାଲି ଆସିଥିଲେ | ପରିବାର ଲୋକଙ୍କୁ ସବୁ କଥା କହିବା ପରେ ନାବାଳିକାଙ୍କ ମା ଥାନାର ଦ୍ବାରସ୍ଥ ହୋଇଥିଲେ | ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe