କୋଟଗଡ଼: ଲୋଭର ବଶବର୍ତ୍ତୀ ହୋଇ ପୁଲିସ ବାବୁ ହରଡ଼ଘଣାରେ ଫସିଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସ୍ଆଇ ରଜନୀକାନ୍ତ ଦାଶ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ସହଯୋଗ କରିବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ କାଳୀମନ୍ଦିର ନିକଟରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲନସ୍ ଟିମ୍ ତାଙ୍କୁ କାବୁ କରି ଦନଇଥିଲେ।
ଏହି ଖବର ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଓଏଫ୍ଏସ୍ ଅଧିକାରୀ
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସ୍ଆଇ ରଜନୀକାନ୍ତ ଦାଶ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ପ୍ରକାରେ, ଅଭିଯୋଗକାରୀ ଓ ତାଙ୍କ ବନ୍ଧୁଙ୍କ ନାମରେ କୋଟଗଡ଼ ଥାନାରେ ଥିବା ଏକ ମାମଲାର ସମାଧାନ ପାଇଁ ଗିରଫ ଏଏସ୍ଆଇ ୧୫ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଏସ୍ଆଇ ରାଜନୀକାନ୍ତଙ୍କୁ ସନ୍ଧ୍ୟାରେ ସ୍ଥାନୀୟ କାଳୀମନ୍ଦିର ନିକଟରେ ଅଭିଯୋଗକାରୀ ୧୫ ହଜାର ଟଙ୍କା ଦେବା ସଙ୍ଗେ ସଙ୍ଗେ ଭିଜିଲାନସ୍ ଟିମ୍ ଗିରଫ କରିବାରେ ସକ୍ଷମ ହୋଇଥିଲେ। କିରଫ ପରେ ଦୁଇଟି ସ୍ଥାନରେ ଭଜିଲାନ୍ସ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସରଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ
Follow Us