କାଳିଆପାଣି: ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ବସ୍ଥ ବ୍ଲାକସ୍ପଟ୍ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି ଢେଙ୍କାନାଳଜିଲ୍ଲା ହିନ୍ଦୋଳ ଥାନାର ଏଏସ୍ଆଇ ରମେଶ ବାଲମୁଚୁ(୪୫)ଗତକାଲି ଢେଙ୍କାନାଳ ମହୋତ୍ସବ ଡ୍ୟୁଟି ସାରି ରାତିରେ ପାଖାପାଖି ୬୦ କିଲୋମିଟର ଦୂର ନିଜ ପୈତୃକ ଘର ଓଳିଆ ପଞ୍ଚାୟତ ନୂଆଗାଁ ଆସୁଥିଲେଘର ଠାରୁ ୨ କିଲୋମିଟର ଦୂର ନିର୍ମାଣାଧୀନ ରାଜପଥର ଗାଡ଼ରେ ପଡ଼ି ଯାଇଥିଲେଲୋକେ ତାଙ୍କୁ ତୁରନ୍ତ ଉଦ୍ଧାରକରି ମେଡିକାଲ୍ ନେଇଥିଲେସେ ଏବେ ଚିକିତ୍ସାଧୀନ ଅଛନ୍ତି। ହେଲମେଟ୍ପିନ୍ଧିଥିବାରୁ ନିଶ୍ଚିତ ବଡ଼ ଅଘଟଣରୁ ସେ ବର୍ତ୍ତି ଯାଇଥିବା କୁହାଯାଉଛି

Advertisment

ସଡ଼କର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ସାଧାରଣରେ ଉଦବେଗ

ପତ୍ନୀ ସରକାରୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଦାସୀକାର ହେମ୍ବ୍ରମ ଓ ସଂପର୍କୀୟ ଶାଳକ ସୁକିନ୍ଦା ଥାନାର କନଷ୍ଟେବଲ୍ରସିକ ମୁଣ୍ଡା ପ୍ରମୁଖ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତିଜାତୀୟ ରାଜପଥ-୫୩ ର ଉକ୍ତ ବ୍ଲକସ୍ପଟ୍ରୁ ୫ ଶହ ମିଟର ଦୂର ରେଙ୍ଗାଲି ବାମ କେନାଲ ପୋଲ ପର୍ଯ୍ୟନ୍ତ ସଡ଼କ ୩ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛିଗତ ୩ ବର୍ଷ ମଧ୍ୟରେ ଏଠାରେ ୧୫ ରୁ ଅଧିକ ମୁଣ୍ଡ ଗଡ଼ିଲାଣିପ୍ରସ୍ତାବିତ ଫ୍ଲାଇଓଭର କାମ ଭୂଇଁରୁ ଉଠି ପାରୁନିସଡ଼କର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି

ଆହୁରି ପଢ଼ନ୍ତୁ:Operation Gorakshya: ଅପରେସନ ଗୋ-ରକ୍ଷା: ଚାରୋଟି ଆକାଉଣ୍ଟରେ ୪ କୋଟି, ପ୍ରଥମ ଦିନରେ ୨୧ ଜଣଙ୍କର ୩୨ ଆକାଉଣ୍ଟ ଯାଂଚ

ଏ ସଂପର୍କରେ ସାମ୍ବାଦିକ ସଞ୍ଜୀବ କୁମାର ମହାନ୍ତ କହନ୍ତି, ‘ସଡ଼କ ସୁରକ୍ଷା ମାସକୁ ବାଧକ ସାଜିଛି ଦରଖଣ୍ଡିଆ ରାଜପଥ, ଅସୁରକ୍ଷିତ ସଡ଼କ ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀବହୁ କ୍ଷେତ୍ରରେ ସଡ଼କର ଭୁଲଭଟ୍କା ନିରବ ହତ୍ୟାକାରୀ ସାଜିଥିଲେ ହେଁ ଦୋଷୀ ଭଳି ଦଣ୍ଡ ପାଉଛି ଚାଳକବହୁ କ୍ଷେତ୍ରରେ ଅକାରଣରେ ବିଚରା ଡ୍ରାଇଭର ମୃତ୍ୟୁର ଶିକାର ବି ହେଉଛିପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଯତ୍ନବାନ ହେଲେ ଅଧିକାଂଶ କ୍ଷେତ୍ରରେ ସଡ଼କ ସୁରକ୍ଷା ସୁନିଶ୍ଚିତ ହୋଇପାରନ୍ତା