ଖୋଲା ପଡ଼ିଆରେ ପୁଲିସ୍‌ର ମଦ ଆସର: ଘେରିଲେ ସ୍ଥାନୀୟ ଯୁବକ

Advertisment

ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ଅଙ୍କୁଶ ଲଗାଇଛି ରାଉରକେଲା ପୁଲିସ। ପ୍ରତିଦିନ ସହରର ବିଭିନ୍ନ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ଜମୁଥିବା ଆସର ଉପରେ ପୁଲିସ ଅତର୍କିତ ଚଢ଼ଉକରି ମଦୁଆଙ୍କୁ ସାବାଡ୍‌ କରୁଛି।

ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ଅଙ୍କୁଶ ଲଗାଇଛି ରାଉରକେଲା ପୁଲିସ। ପ୍ରତିଦିନ ସହରର ବିଭିନ୍ନ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ଜମୁଥିବା ଆସର ଉପରେ ପୁଲିସ ଅତର୍କିତ ଚଢ଼ଉକରି ମଦୁଆଙ୍କୁ ସାବାଡ୍‌ କରୁଛି।

rourkela police wine

rourkela police wine Photograph: (sambad.in )

ରାଉରକେଲା: ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ଅଙ୍କୁଶ ଲଗାଇଛି ରାଉରକେଲା ପୁଲିସ। ପ୍ରତିଦିନ ସହରର ବିଭିନ୍ନ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ଜମୁଥିବା ଆସର ଉପରେ ପୁଲିସ ଅତର୍କିତ ଚଢ଼ଉକରି ମଦୁଆଙ୍କୁ ସାବାଡ୍‌ କରୁଛି। ଆଜି କିନ୍ତୁ ଏହାର ଠିକ୍‌ ଓଲଟା ଦେଖିବାକୁ ମିଳିଛି। ତିନି ଜଣ ପୁଲିସ କର୍ମଚାରୀ ଖୋଲା ପଡ଼ିଆରେ ମଦ ପିଉଥିବାବେଳେ ସ୍ଥାନୀୟ ଲୋକ ସେମାନଙ୍କୁ କାବୁ କରିନେଇଛନ୍ତି।

ଏହି ଘଟଣା ଘଟିଛି ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଦୂର୍ଗା ପୂଜା ପଡ଼ିଆରେ। ଶନିବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌। ଏକ ଇଣ୍ଡିକା କାର୍‌ରେ ତିନି ଜଣ ପୁଲିସ୍‌ କର୍ମଚାରୀ ଦୂର୍ଗା ପୂଜା ପଡ଼ିଆକୁ ଆସିଥିଲେ। ସେମାନେ ଉକ୍ତ କାର୍‌ ଭିତରେ ବସି ମଦ ପିଇବା ଆରମ୍ଭ କରିଥିଲେ। ଏହାକୁ ଦେଖି ସ୍ଥାନୀୟ ଯୁବକ ପ୍ରତିବାଦ କରିଥିଲେ। ସାର୍ବଜନୀନ ସ୍ଥାନରେ ମଦ ପିଇବାକୁ ପୁଲିସ ମନା କରୁଥିବାବେଳେ ଖୋଦ୍‌ ପୁଲିସ ହୋଇ କେମିତି ନିୟମ ଉଲ୍ଲଂଘନ କରୁଥିବା ଜବାବ ମାଗିଥିଲେ। ଏହାକୁ କିନ୍ତୁ ଭୃକ୍ଷେପ ନ କରି ଗାଳିଗୁଲଜ କରିବାସହ ମଦ ପିଇବା ଜାରି ରଖିଥିଲେ। ଏମିତିକି କାର୍‌ରେ ପଡ଼ିଆ ଚାରିଆଡ଼େ ୪/୫ ରାଉଣ୍ଡ୍‌ ବୁଲିବାପରେ ପୁନର୍ବାର ମଦ ପିଇବା ଆରମ୍ଭ କରିଥିଲେ।

ଶନିବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌। ଏକ ଇଣ୍ଡିକା କାର୍‌ରେ ତିନି ଜଣ ପୁଲିସ୍‌ କର୍ମଚାରୀ ଦୂର୍ଗା ପୂଜା ପଡ଼ିଆକୁ ଆସିଥିଲେ। ସେମାନେ ଉକ୍ତ କାର୍‌ ଭିତରେ ବସି ମଦ ପିଇବା ଆରମ୍ଭ କରିଥିଲେ।

ଏନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା। ପୁଲିସ କର୍ମଚାରୀଙ୍କ ବେଆଇନ କାର୍ଯ୍ୟକଳାପରେ ଅତିଷ୍ଠହୋଇ ସ୍ଥାନୀୟ ଲୋକ ଏସ୍‌ପିଙ୍କୁ ଫୋନ୍‌ ଯୋଗେ ଅଭିଯୋଗ କରିବାକୁ ଭୟ ଦେଖାଇଥିଲେ। ପରେ ପୁଲିସ କର୍ମଚାରୀଙ୍କ ଚେତା ପଶିଥିଲା। କିଛି ସମୟପରେ ଏକ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ତିନି ପୁଲିସ କର୍ମଚାରୀଙ୍କୁ ସେକ୍ଟର-୩ ଥାନାକୁ ନେଇଥିଲା। ଏହାପରେ ସ୍ଥାନୀୟ ଲୋକ ଥାନାକୁ ଯାଇ ନିୟମ ଉଲ୍ଲଂଘନକାରୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Police | Rourkela 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe