ସାଂସଦଙ୍କ ହସ୍ତକ୍ଷେପ ପରେ ଯୁବକଙ୍କୁ ଛାଡ଼ିଲେ ଥାନା ଅଧିକାରୀ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

7502f9ab-6598-42ab-8309-03cdefa7b62d

Bhogarai police station of Balasore Photograph: (sambad.in)

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହେଣ୍ଡକପ ପକାଇ ଥାନା ଅଧିକାରୀ ଅଟକ ରଖିଛନ୍ତି। ଖବର ପାଇ ବାଲେଶ୍ୱର ସାଂସଦ ପହଂଚି ଏସପିଙ୍କ ସହିତ ଭିଡ଼ିଓ କଲରେ ଦେଖାଇବା ପରେ  ଯୁବକଙ୍କୁ ଛାଡ଼ିଲେ ଥାନା ଅଧିକାରୀ। 

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ବାଇକ୍‌ ଅଦଳବଦଳକୁ କେନ୍ଦ୍ରକରି ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ  ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଯୁବକଙ୍କୁ ଗତକାଲି ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ଅଟକ ରଖିଥିଲେ। ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପାଖରେ ପହଂଚିବା ପରେ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ ଦେଖିଥିଲେ।

କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ବାଇକ୍‌ ଅଦଳବଦଳକୁ କେନ୍ଦ୍ରକରି ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ  ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଯୁବକଙ୍କୁ ଗତକାଲି ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ଅଟକ ରଖିଥିଲେ।

ଏହାକୁ ନେଇ ବାଲେଶ୍ୱର ଏସପିଙ୍କୁ ଭିଡ଼ିଓ କଲି ମାଧ୍ୟମରେ ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ଦେଖାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ଯୁବକଙ୍କ କହିବା ଅନୁଯାଇ ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିବା ସହ ତାଙ୍କୁ କାଲିଠୁ ଗାଧେଇବା ପାଇଁ ଦେଇନାହାନ୍ତି। ଭୋଗରାଇ ଥାନା ଅଧିକାରୀ ଶ୍ରୀ ବ୍ଲଲଭ ସାହୁ ଏସପିଙ୍କ ସହିତ ଯୋଗାଯୋଗ ପରେ ଅଟକ ଥିବା ଯୁବକଙ୍କୁ ମେଡ଼ିକାଲ ପାଇଁ ପଠାଇଛନ୍ତି। ହାତ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ସାଂସଦ ନିନ୍ଦା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିବା ବେଳେ ଥାନାରେ କର୍ମଚାରୀ ଅଭାବରୁ ଏଭଳି ବେଡ଼ି ପକା ଯାଇଛି ବୋଲି ଭୋଗରାଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ତେବେ ଭୋଗରାଇ ଥାନାରେ ଚାରିଟି ହାଜତ ଥିଲେ ମଧ୍ୟ ତାହା ଅପରିଷ୍କାର ହୋଇ ପଡ଼ି ରହିଛି, ଯେଉଁଥି ପାଇଁ ଅନେକ ସମୟରେ ଅଭିଯୁକ୍ତମାନଙ୍କୁ ବେଡି ପକାଇ ରଖାଯାଛି। ଏନେଇ ସନ୍ଧ୍ୟା ସମୟରେ ଏଡିସନାଲ ଏସପି ଦେବଜ୍ୟାତି ଦାଶ, ଏସିଡିଓ ମାନସ କୁମାର ଦେଓ ଭୋଗରାଇ ଥାନାରେ ପହଞ୍ଚିଛନ୍ତି।

Balasore | pratap sarangi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe