ବଳଙ୍ଗା ନାବାଳିକାଙ୍କୁ ନିଆଁ ଲଗାଇବା ମାମଲା: ୧୦ ଜଣଙ୍କୁ ପଚରାଉଚୁରା ଜାରି

ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣାରେ ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଏହି ପଚରାଉଚୁରା କରୁଛି।

New Project (19)

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣାରେ ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଏହି ପଚରାଉଚୁରା କରୁଛି। ଏହି ଘଟଣା ନେଇ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୬ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଆଜି ଅପରାହ୍‌ଣରେ ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚିଛନ୍ତି। ସେ ଘଟଣାର ତଦନ୍ତ କରୁଛନ୍ତି। 

ପୁରୀ ଏସ୍‌ପି କହିଛନ୍ତି, ବଳଙ୍ଗା ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ପଚରାଉଚରା ଚାଲିଛି। ପୁଲିସକୁ ଘଟଣାସ୍ଥଳରୁ ଚପଲ, ଚୁଡ଼ି ସମେତ କିଛି ଜିନିଷ ମିଳିଛି। 

ଅତିରିକ ଏସ୍‌ପି କହିଛନ୍ତି ଘଟଣାର ସମସ୍ତ ଦିଗକୁ ତର୍ଜମା କରାଯାଉଛି। ଏମ୍‌ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା। ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡ଼ିଯାଇଥିବା ଏମ୍‌ସ ଡାକ୍ତର କହିଛନ୍ତି। ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବର୍ଣ୍ଣ ୱାର୍ଡ ବାହାରେ  ନୋଟିସ୍‌ ଲାଗିଛି। ଏହି ନୋଟିସ୍‌ ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ  କୌଣସି  ଲୋକ ଏକାଠି ହୁଅନ୍ତୁ ନାହିଁ। ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ। ରୋଗୀ ସେବାରେ ବାଧା ସୃଷ୍ଟି ହେବ।  ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି। ଏମ୍‌ସ ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।     

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

AIIMS Bhubaneswar | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe