କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କଲେ ବାଲି ମାଫିଆ

କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥଙ୍କୁ ଆଜି ସକାଳେ ବାଲି ମାଫିଆମାନେ ଆକ୍ରମଣ କରିଥିବାର ସୂଚନା ମିଳିଛି । କେବଳ ଆକ୍ରମଣ ନୁହେଁ, ବରଂ ତାପରେ ଥାନା ଗାଡ଼ିକୁ ବି ଭାଙ୍ଗିଦେଇଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ।

ଫୁଟବଲ ଖେଳ ଦେଖି ଯାଇ ବୃଦ୍ଧ ଦମ୍ପତ୍ତି ନିଖୋଜ, ମିଳିଲା ରକ୍ତଭିଜା ସାର୍ଟ-ଭଙ୍ଗା ଚୁଡ଼ି

ବାରିପଦା: କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥଙ୍କୁ ଆଜି ସକାଳେ ବାଲି ମାଫିଆମାନେ ଆକ୍ରମଣ କରିଥିବାର ସୂଚନା ମିଳିଛି । କେବଳ ଆକ୍ରମଣ ନୁହେଁ, ବରଂ ତାପରେ ଥାନା ଗାଡ଼ିକୁ ବି ଭାଙ୍ଗିଦେଇଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ।

କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ବେଆଇନ ଭାବେ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ। ଏହି ସମୟରେ ଥାନା ଅଧିକାରୀ ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ରଖିଛି ବୋଲି ପଚାରିଥିଲେ। ଏହାପରେ ଉତକ୍ଷିପ୍ତ ହୋଇ ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।

ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ବେଆଇନ ଭାବେ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ। ଏହି ସମୟରେ ଥାନା ଅଧିକାରୀ ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ରଖିଛି ବୋଲି ପଚାରିଥିଲେ।  ଏହାପରେ ଉତକ୍ଷିପ୍ତ ହୋଇ ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।

ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପଥର ମାଡ଼ କରି ଥାନା ଗାଡ଼ି କାଚ ଭାଙ୍ଗି ଦେଇଥିଲେ ମାଫିଆ। ଅନ୍ୟପଟେ ଏହି  ଆକ୍ରମଣରେ କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି। ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମାଫିଆମାନେ ପୁଲିସକୁ ଖାତିର ନକରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe