ଜୁଆ ଅଡ୍ଡା ଉପରେ ଚଢ଼ାଉ: ଛେଳିକୁ ଗିରଫ କରାଇଲା କୁକୁଡା!

ମାଲକାନଗିରି ଥାନା ଅନ୍ତର୍ଗତ ଗୌଡଗୁଡା ନିକଟରେ କୁକୁଡା ଗାଲି ଓ ଜୁଆ ଖେଳ ଚାଲିଥିବା ବେଳେ ମାଲକାନଗିରି ପୁଲିସ ପକ୍ଷରୁ ଚଢାଉ କରି ଗୋଟିଏ ଛେଳିକୁ ଅଟକ ରଖିବା ସହ ଅନେକ ଜୁଆ ବେବହୃତ ସାମଗ୍ରୀ ଜବତ କରିଛି।

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୌଡଗୁଡା ନିକଟରେ କୁକୁଡା ଗାଲି ଓ ଜୁଆ ଖେଳ ଚାଲିଥିବା ବେଳେ ମାଲକାନଗିରି ପୁଲିସ ପକ୍ଷରୁ ଚଢାଉ କରି ଗୋଟିଏ ଛେଳିକୁ ଅଟକ ରଖିବା ସହ ଅନେକ ଜୁଆ ବେବହୃତ ସାମଗ୍ରୀ ଜବତ କରିଛି। ମାଲକାନଗିରି ସଦର ଥାନା ଅନ୍ତର୍ଗତ ଗୌଡଗୁଡା ନିକଟରେ କୁକୁଡା ଗାଲି ବା ଲଢେଇ ଖେଳ ଓ ଜୁଆ ଖେଳ ଚାଲିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।

ଏହି ଖେଳରେ ବିଜୟ ଲାଭ କରିବା ବ୍ୟକ୍ତିଙ୍କୁ ଛେଳି ପୁରସ୍କାର ଆକାରରେ ଦିଆଯିବାର ବ୍ୟବସ୍ଥା ରହିଥିଲା। ତେବେ ଏହି ଖେଳ ଚାଲିବା ବେଳେ ମାଲକାନଗିରି ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ ସେଠାରେ ଚଢାଉ କରିଥିଲେ। ପୁଲିସକୁ ଦେଖି ସମସ୍ତେ ସେଠାରୁ ଦୌଡି ପଳାଇବାରେ ସଫଳ ହୋଇଥିଲେ।

ଘଟଣାସ୍ଥଳରେ ବିଜେତାଙ୍କୁ ଦେବା ପାଇଁ ରଖା ଯାଇଥିବା ଛେଳି, ୭ଟି ମୋଟର ସାଇକେଲ,ଜେନେରେଟର ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ପୁଲିସ ଜବତ କରିଛି। ଛେଳିଟିକୁ ଥାନା ଗାଡିରେ ହିଁ ଲଦି ଅଣାଯାଇଥିଲା। ତେବେ ଛେଳି ସଂପର୍କରେ କେହି ବି ଥାନାକୁ ଆସୁନଥିବା ଦେଖିବାକୁ ମିଳିଛି। 

ତେବେ କୁକୁଡା ପାଇଁ ଛେଳି ଗିରଫ ହେଲା ବୋଲି କୁହାଯାଉଛି। ଛେଳକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ। ତେବେ ଛେଳିକୁ ନେଇ କଣ କରାଯିବ ବୋଲି ଆଇଆଇସିଙ୍କୁ ପଚାରିବାରୁ ସେ ଏହାର ଦେଖରେଖ ପାଇଁ ଜଣକ ଜିମାରେ ଦିଆଯିବ ବୋଲି କହିଥିଲେ।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe