କଟକ/ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଶା ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ଏଣେ ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି।
ନେପାଳ ସୀମାରୁ ଶଙ୍କର ପୃଷ୍ଟି ଗିରଫ
ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଗତକାଲି ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଛି କ୍ରାଇମବ୍ରାଞ୍ଚ ଟିମ୍। ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।
ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍ ଗାଡ଼ି ଜବତ କରାଯାଇଛି। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍ ଶଙ୍କରକୁ ଧରି ଓଡ଼ିଶା ଆସୁଛନ୍ତି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର। ଏହି ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି। ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି। ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ ଓ ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି ।
ଆହୁରି ପଢ଼ନ୍ତୁ: 60 percent doctor vacant: ଆଗୁଆ ଜିଲ୍ଲାରେ ପଛୁଆ ସ୍ବାସ୍ଥ୍ୟସେବା: ଖାଲି ପଡ଼ିଛି ୬୦ ପ୍ରତିଶତ ଡାକ୍ତର ପଦ
ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠଭୂମି ରହିଛି। ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ। ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା।
ଆହୁରି ପଢ଼ନ୍ତୁ: Aim to bring governance: ଶାସନ ବ୍ୟବସ୍ଥା ଲୋକଙ୍କ ଦୁଆର ମୁହଁକୁ ନେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ବ୍ୟାପକ ଦୁର୍ନୀତିର ଅଭିଯୋଗ
ବହୁ ଚର୍ଚ୍ଚିତ ପୁଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି, ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି।
ବାତିଲ ହୋଇଛି ପରୀକ୍ଷା
ସୂଚନାଯୋଗ୍ୟ, ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୁଲିିସ। ​​​​​​​ସେପ୍ଟେମ୍ବର ୨୯ ତାରିଖ ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/sankar-prusty-at-bhubaneswar-2025-11-02-08-31-50.png)