ଗଳା କାଟି ଗୁରୁତର ପୁଲିସ୍‌ ଏଏସଆଇ

Advertisment

କୋରାପୁଟ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କୋରାପୁଟ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ffgvbvbbv

ଜୟପୁର: କୋରାପୁଟ ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବୁଧବାର କୋଟପାଡ଼ରେ ସ୍ପେସାଲ ଜଷ୍ଟିସଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ କୋରାପୁଟ ମୁଖ୍ୟ କାର୍ଯ୍ୟାଳୟରୁ ଚମରାଙ୍କୁ ନିୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମ ସରିବା ପରେ ସାଥୀ କର୍ମଚାରୀଙ୍କ ମେଳରେ ଚମରା କୋଟପାଡ଼ରେ ଥିଲେ। କିନ୍ତୁ କୌଣସି କାରଣକୁ ନେଇ ହଠାତ୍‌ ନିଜ ବେକ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ସାଥୀ କର୍ମଚାରୀ ଚମରାକୁ ଉଦ୍ଧାର କରି କୋଟପାଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରୀ ଉଲାସ ରାଉତ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ଚମରାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe