ଚର୍ଚ୍ଚା: ଅପରାଧୀଙ୍କୁ ସିନା ଧରୁଥିଲେ ଏବେ ନିଜେ ଫସିଗଲେ ଥାନା ଅଧିକାରୀ

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଧିରେ କଳଙ୍କର ଛିଟା ଲାଗିବା ସମସ୍ତେ କହୁଛନ୍ତି।

Police SI

ଅସ୍ତରଙ୍ଗ(ବିପିନ ବିହାରୀ ଦାସ ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଦିରେ କଳଙ୍କର ଛିଟା ଲାଗିବା ସମସ୍ତେ କହୁଛନ୍ତି। କୁହାଯାଉଛି ଯେ, ଶ୍ରୀ ବଳିୟାରସିଂହ କର୍ତ୍ତବ୍ୟରେ ଅବହେଳା କରୁଥିଲେ, ଯେଉଁଥି ପାଇଁ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି। କେଉଁ କାରଣ ପାଇଁ ସେ ନିଲମ୍ବିତ ହେଲେ ସେ ବିଷୟରେ ଯଦିଓ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟର ଅର୍ଡରରେ ଉଲ୍ଲେଖ ହୋଇନାହିଁ। ତଥାପି ବରିଷ୍ଠ ଅଧିକାରୀଙ୍କ ପାଖରେ ରାଜେଶ ବଳିୟାରସିଂଙ୍କ ବିରୋଧରେ କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି।

ଚର୍ଚ୍ଚା ମୁତାବକ ବାବୁ ଜଣକ କୋରାପୁଟ ଜିଲ୍ଲା ଜୟରପୁର ଟାଉନ ଥାନାରେ ଥିଲା ବେଳେ ଗଂଜେଇ ଚୋରା ଚାଲାଣରେ ଅଭିଯୁକ୍ତମାନଙ୍କ ସହିତ ସମ୍ପୃକ୍ତ ଥିଲେ।  ଜୟପୁର ପୁଲିସ୍ ଭୁବନେଶ୍ୱରରେ ପହଂଚି ତନାଘନା କରିଥିଲା। ଏପଟେ ଥାନା ଅଧିକାରୀ ୫ଦିନ ଛୁଟିନେଇ ନିଜ ପରିବାର ସହ ଭୁବନେଶ୍ୱରରେ ରହୁଥିଲା ବେଳେ ତାଙ୍କୁ ଜୟପୁର ପୁଲିସ୍ ତାଙ୍କୁ ଡାକି ପଚରାଉଚରା କରିବା ଆରମ୍ଭ କରିଦେଇଥିଲା। ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଜୟପୁର ପୁଲିସ୍ ଗିରଫ କରିବା ଓ ଏପଟେ ଭୁବନେଶ୍ୱରର ଏକ ଥାନାରେ ପୁଲିସ୍ ହେପାଜତରେ ଥିବା ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ବଳିୟାରସିଂ ଫେରାର ହୋଇଯିବା ଘଟଣା ଭୁବନେଶ୍ୱର ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମସ୍ତ ଘଟଣାରେ କେତେ ସତ୍ୟତା ଅଛି ତାହା କେବଳ ଜୟପୁର ପୁଲିସ୍ ଓ ନିଜେ ରାଜେଶ ବଳିଆରସିଂ ହିଁ ଜାଣିଛନ୍ତି। ସେ ଯାହା ହେଉନା କାହିଁକି ସେ ଗତକାଲି କାର୍ଯ୍ୟରୁ ନିଲମ୍ବିତ ହେବା ଘଟଣା ଚାରିଆଡ଼େ ପଚାରିତ ହେବା ସହ ସୋସିଆଲ୍ ମେଡିଆରେ ଏହି ଘଟଣା କ୍ଷିପ୍ର ଭାବେ ଭାଇରାଲ୍ ହେବାରେ ଲାଗିଛି। ଜାଲ ବିଛାଇ ସିନା ଅଭିଯୁକ୍ତ ବା ଅପରାଧୀଙ୍କୁ ସିନା ଧରୁଥିଲେ ଏବେ ନିଜେ ଫସିଗଲେ ବୋଲି ସମସ୍ତେ କହୁଛନ୍ତି। 

ପ୍ରକାଶ ଥାଉକି ରାଜେଶ ବଳିୟାରସିଂ ୨୦୨୩ ଅଗଷ୍ଟ ୨୧ରେ ଅସ୍ତରଙ୍ଗ ଥାନାରେ ଯୋଗ ଦେଇଥିଲେ। ନିକଟରେ ସେ ୫ ଦିନ ପାଇଁ ଛୁଟିରେ ନେଇ ଘରକୁ ଯାଇଥିଲେ। ଛୁଟି ଶେଷ ପରେ ୧୫ ଅଗଷ୍ଟରେ ଯୋଗଦାନ କରିଥାନ୍ତେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜୟପୁର ଟାଉନ୍ ଥାନା ଏକ ମାମଲାରେ ପଚରାଉଚରା ବେଳେ ସେ ଫେରାର ହୋଇଯିବା ଖବର ମିଳିଥିଲା। ପରେ ତାଙ୍କ ଉପରେ ପୁଲିସ୍ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ନିଲମ୍ବିତ କରିବା ଖବର ମିଳିଛି।

ସବୁଠାରୁ ବଡ଼କଥା ହେଲା ଅସ୍ତରଂଗରେ ଏହି ବାବୁ ଜଣଙ୍କର କାର୍ଯ୍ୟକାଳ ସମୟରେ ସାଂଘାତିକ ରାଜନୈତିକ ଚାପରେ ଥିଲେ। ନିଦ୍ଧିଷ୍ଟ ଦଳର କେତେ ଜଣ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟାଳୟରେ ବସାଇ ଘଣ୍ଟାଘଣ୍ଟା ସମୟ ଅତିବାହିତ କରିବା ଅଭିଯୋଗ ହୋଇଆସୁଥିଲା। ବିଭିନ୍ନ ସମୟରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ନମିଳିବା ଓ ଅନ୍ୟ କିଛି କାରଣ ପାଇଁ ଅସ୍ତରଙ୍ଗ ଥାନାରେ ମଧ୍ୟ କେତେକ କର୍ମଚାରୀ ବାହାରେ ଅସନ୍ତୋଷ ପ୍ରକାଶ କରୁଥିବା ଖବର ମିଳୁଥିଲା।

ଜୟପୁର ପୁଲିସ୍ ଭୁବନେଶ୍ୱର ପହଂଚି ଛାନଭିନ କଲା ବେଳେ ଅସ୍ତରଙ୍ଗ ଥାନାର କେତେକ ନିଦ୍ଧିଷ୍ଟ କର୍ମଚାରୀ ବିଭିନ୍ନ ଗଣାମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେବାରେ ଘଟଣାଟି ଚାରିଆଡ଼େ ପ୍ରଘଟ ଆରମ୍ଭ ହୋଇଥିଲା। ତେବେ ଜୟପୁର ଟାଉନ୍ ମାମଲାରେ କଣ ଗୁଢ଼ ରହସ୍ୟ ରହିଛି ସେକଥା କେବଳ ପୁଲିସ୍ ବିଭାଗକୁ ହିଁ ଜଣା। ଘଟଣା ଯଦି ସତ ହୁଏ ତେବେ ଯିଏ ଅଭିଯୁକ୍ତ ଓ ଅପରାଧୀକୁ ଧରୁଥିଲେ ସେ ଏବେ ନିଜେ ଅଭିଯୁକ୍ତ ହୋଇ ପୁଲିସ୍ ବିଭାଗ ପାଇଁ ଏକ କଳଙ୍କର ଛିଟା ଲଗାଇବା ସମସ୍ତେ କହୁଛନ୍ତି। 

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe