Police SI Sameer Kumar Behera donates blood Photograph: (sambad.in)
ଭଂଜନଗର: ରକ୍ତଦାନକୁ ଜୀବନ ଦାନ ସହ ତୁଳନା କରାଯାଉଛି। ଏଭଳି କାମକୁ ସାର୍ଥକ କରିଛନ୍ତି ଗଞ୍ଜାମ ଜିଲ୍ଲା ତାରସିଂ ଥାନାରେ କାର୍ଯ୍ୟରତ ଜଣେ ସବ୍ ଇନ୍ସପେକ୍ଟର ସମୀର କୁମାର ବେହେରା। ଅସମୟରେ ଅସହାୟର ସାଥି ହୋଇଛନ୍ତି ସମୀର। ଜଣେ ରକ୍ତ ଶିକୁଳି ପୁଅକୁ ରକ୍ତଦାନ କରି ନିଜର ନିଆରା ପରିଚୟ ସୃଷ୍ଟି କରିଛନ୍ତି ସେ। ପୁଲିସ ସେବା ଭଳି ପଦବୀରେ ଥାଇ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଜାଗ ରହି ଲୋକଙ୍କ ପାଇଁ କାମ କରୁଥିବା ପୁଲିସ୍ କର୍ମଚାରୀ ରକ୍ତଦାନ ଭଳି ମହାନ କାର୍ଯ୍ୟ କରି ନିଜର ମହାନ ପଣିଆର ପରିଚୟ ପ୍ରଦାନ କରିଛନ୍ତି।
ଜଗନ୍ନାଥପ୍ରସାଦ ବ୍ଳକ ଘୋଗଡ ଗ୍ରାମର ବଳଭଦ୍ର ମଲ୍ଲିକଙ୍କ ୮ ବର୍ଷର ପୁଅ ଆୟୁଷ୍ମାନକୁ ନିୟମିତ ରକ୍ତ ଦେବାକୁ ପଡୁଛି। ତେବେ କିଛି ଦନ ତଳେ ତାର ଦେହ ଅସୁସ୍ଥ ହେବାରୁ ତାକୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତୁରନ୍ତ ତାକୁ ଦୁଇ ୟୁନିଟ୍ ‘ବି’ ପଜିଟିଭ ରକ୍ତ ଦେବା ପାଇଁ ପରାମର୍ଶ କରିଥିଲେ। ଯେନତେନ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିବା ବେଳେ ଆହୁରି ଗୋଟିଏ ୟୁନିଟ୍ ଦେବା ପାଇଁ ସେ ବହୁ ପ୍ରୟାଶ କରିଥିଲେ ମଧ୍ୟ ସଫଳ ହୋଇନଥିଲେ।
ଆଜି ଏସ୍ଆଇ ସୀମର ବେହେରା କୌଣସି କାମରେ ଡାକ୍ତରଖାନାକୁ ଆସିଥିବା ବେଳେ ପରିବାର ଲୋକ ପୁଲିସ୍ କର୍ମଚାରୀଙ୍କୁ ରକ୍ତପାଇଁ ନିବେଦନ କରିଥିଲେ।
ପରେ ସମୀର ରକ୍ତ ଆବଶ୍ୟକତା ପହୁଥିବା ଜାରି ରକ୍ତକେନ୍ଦ୍ରରେ ପହଞ୍ଚି ରକ୍ତଦାନ କରିଥିଲେ। ବଳଭଦ୍ରଙ୍କ ପରିବାର ଲୋକ ସମୀରଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଜଣେ ଅପରଚିତ ପିଲାର ଜୀବନ ବଞ୍ଚାଇ ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବରୁ ମଧ୍ୟ ସମୀର ବହୁବାର ରକ୍ତଦାନ କରିଥିବା ବେଳେ ରକ୍ତଦାନ ହେଉଛି ମହତ୍ ଦାନ ଏବଂ ଏହାଦ୍ବାରା ଆତ୍ମ ସନ୍ତୋଷ ମିଳିଥାଏ ବୋଲି ସମୀର ପ୍ରକାଶ କରିଛନ୍ତି। ତାଙ୍କର ଏହି ମହତ୍ କାମକୁ ସମର୍ଥନ ଜଣାଇ ତାରସିଂ ଥାନା ଅଧିକାରୀ ରେବତୀ ଶବର ପାଖରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
Police | Blood
Follow Us