Police-SI-Scam Bail: ପୁଲିସ ଏସ୍‌ଆଇ କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୬ଜଣଙ୍କ ଜାମିନ ଆବେଦନ

ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨) ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ bail ଆବେଦନ କରିଛନ୍ତି।

sankar prusty at bhubaneswar

sankar prusty applied for bail Photograph: (sambad.in)

କଟକ/ଭୁବନେଶ୍ବର/ବ୍ରହ୍ମପୁର: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨) ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ୧୩ ତାରିଖରେ ହେବ ବୋଲି ଜଣାଯାଇଛି। 

ନେପାଳ ସୀମାରୁ ଶଙ୍କର ପୃଷ୍ଟି ଗିରଫ

ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।  କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରାଯାଇଥିଲା ଯେ ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପୁଲିସ୍ ତାର ଫର୍ଚୁନର୍ କାର୍ (ଓଡି୦୭ ଏୟୁ ୯୭୭) ଓ ଦୁଇଟି ମୋବାଇଲ୍ ଜବତ କରିଛି। ଏହାଛଡ଼ା ତାର ପାସପୋର୍ଟ ବି ଜବତ କରାଯାଇଛି। ବାରମ୍ବାର ନିଜର ଲୋକେସନ୍ ବଦଳାଉଥିଲା ଶଙ୍କର ପୃଷ୍ଟି। ଡିଏସ୍‌ପି ଅନିଲା ଆନନ୍ଦଙ୍କ  ନେତୃତ୍ବରେ ସିନେମା ଶୈଳୀରେ ଶଙ୍କର ପୃଷ୍ଟିକୁ ଧରାଯାଇଥିଲା।  

ଏହାପରେ ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏଣେ ଶଙ୍କର କହିଥିଲା ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଥିଲା।

ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ଶଙ୍କରକୁ ଧରି ଓଡ଼ିଶା ଆସୁଛନ୍ତି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।

ଆହୁରି ପଢ଼ନ୍ତୁ: Women are not Safe in West Bengal: ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା, ମାସେ ନପୂରୁଣୁ ପୁଣି ଜଘନ୍ୟକାଣ୍ଡ…

ବିଜ୍ଞପ୍ତି ଜାରି, ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ

ଏଣେ ଏହି ମାମଲାକୁ ନେଇ ସିବିଆଇ ଘାଣ୍ଟିବ। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ତଦନ୍ତକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏବେ ବିଭିନ୍ନ ମହଲରେ ଛନକା ପଶିଛି। ଏହି କେଳେଙ୍କାରୀ ପଛରେ ବହୁ ବଡ଼ବଡ଼ିଆ, ପ୍ରଭାବଶାଳୀ, ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଏମିତିକି ପୂର୍ବ ସରକାରଙ୍କ ୧୦୦୦ କୋଟିର ଡିଲ୍‌ କଥା ବି ପଦାକୁ ଆସିଥିଲା।

ରୢାକେଟର୍‌ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ ନେପାଳ ସୀମାରୁ ଗିରଫ ପରେ ସେ ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିଲା। ତେବେ ପରବର୍ତ୍ତୀ ସମୟରେ ଶଙ୍କର ୟୁଟର୍ଣ୍ଣ ନେଇଥିଲା। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରି ନଥିଲା। ଅନ୍ୟତମ ମାଷ୍ଟରମାଇଣ୍ଡ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ସୁରେଶ ନାୟକକୁ ଗିରଫ ପରେ ଲାଗୁଥିଲା ଶଙ୍କର ଓ ସୁରେଶଙ୍କୁ ମୁହାଁମୁହିଁ ଜେରା ପରେ ଏହି ରୢାକେଟ୍‌ର ଗୁମର ଖୋଲିବ। ତାହା ବି ହେଲା ନାହିଁ। ସ୍ଥିତି ଏଭଳି ‌ହେଲା ଯେ ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ପାଇଁ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଆବେଦନ କଲା। କିନ୍ତୁ ଏପର୍ଯ୍ୟନ୍ତ ଏହାର ଶୁଣାଣି ହୋଇନାହିଁ। ଗୋଳିଆପାଣି ଭିତରେ ରୢାକେଟ୍‌ରେ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ଓ ବଡ଼ବଡ଼ିଆ ଖସିଯିବେ ଭାବିଥିଲେ। ହେଲେ ସିବିଆଇର ଏଣ୍ଟ୍ରିକୁ ନେଇ ଏବେ ବଡ଼ବଡ଼ିଆଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପ୍ରକାଶ ଥାଉ କି, ଗତ ୮ ମାସ ମଧ୍ୟରେ ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁଇ ଥର ବାତିଲ ହୋଇଥିଲା। ସେହିପରି ପ୍ରଥମେ ୧୧୪ ଜଣ ଆଶାୟୀ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବା ପରେ ପ୍ରଥମେ ରୢାକେଟ୍‌ର ୬ ଦଲାଲ ଓ ୨ ମାଷ୍ଟରମାଇଣ୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe