Advertisment

ତଦନ୍ତରେ ଅବହେଳା: କାର୍ଯ୍ୟାନୁଷ୍ଠାନର ଶିକାର ହେଲେ ପୁଲିସ ଏସ୍‌ଆଇ

Advertisment

ତଦନ୍ତରେ ଅବହେଳା କରିବା ଜଣେ ପୁଲିସ ଏସ୍‌ଆଇଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅବହେଳା କାରଣରୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଛି। ନିଲମ୍ବିତ ପୁଲିସ ଏସ୍‌ଆଇ ହେଲେ ଦେବୀ ପ୍ରସାଦ ‌ବେହୁରା।

ତଦନ୍ତରେ ଅବହେଳା କରିବା ଜଣେ ପୁଲିସ ଏସ୍‌ଆଇଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅବହେଳା କାରଣରୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଛି। ନିଲମ୍ବିତ ପୁଲିସ ଏସ୍‌ଆଇ ହେଲେ ଦେବୀ ପ୍ରସାଦ ‌ବେହୁରା।

Police

ଭୁବନେଶ୍ବର: ତଦନ୍ତରେ ଅବହେଳା କରିବା ଜଣେ ପୁଲିସ ଏସ୍‌ଆଇଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅବହେଳା କାରଣରୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଛି। ନିଲମ୍ବିତ ପୁଲିସ ଏସ୍‌ଆଇ ହେଲେ ଦେବୀ ପ୍ରସାଦ ‌ବେହୁରା। 

ସୂଚନାଯୋଗ୍ୟ, ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍‌କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍‌ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଥିଲା। 

ଏନ୍‌କାଉଣ୍ଟରର ୬୦ ଦିନ ମଧ୍ୟରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବାର ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ହୋଇନଥିଲା। ଫଳରେ ଅଭିଯୁକ୍ତକୁ ଜାମିନ ପାଇବା ସହଜ ହୋଇଥିଲା। କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ତଦନ୍ତ ଅଭିଯୋଗରେ ଶ୍ରୀ ବେହୁରାଙ୍କୁ ନିଲମ୍ବନ କରାଯାଇଛି।  

Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe