କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି : ବ୍ୟାବସାୟିକ ଶତ୍ରୁତାରୁ ହତ୍ୟା ସନ୍ଦେହ

ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବେହେରାପାଟରେ ବ୍ୟବସାୟିକ କାରଣକୁ କେନ୍ଦ୍ର କରି କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗଳ ବଜାରର ଏମଡି ଶାହାଜାହାନ ଖାଁ।

ଅଦ୍ୟତନ ହୋଇଛି
jsg

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବେହେରାପାଟରେ ବ୍ୟବସାୟିକ କାରଣକୁ କେନ୍ଦ୍ର କରି କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗଳ ବଜାରର ଏମଡି ଶାହାଜାହାନ ଖାଁ। ତେବେ ମୃତକ ଶାହାଜାହାନଙ୍କ ଶବକୁ ଝାରସୁଗୁଡ଼ା - ସମ୍ବଲପୁର ସୀମାନ୍ତ ରଂପେଲା ସେତୁରୁ ତଳକୁ ଫିଙ୍ଗି ଦିଆ ଯାଇଥିବା ନେଇ ଜଣା ପଡ଼ିବା ପରେ ପୁଲିସ ପକ୍ଷରୁ ପାଣିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

 ସେପଟେ ଗୁଳିକାଣ୍ଡ ହୋଇଥିବା ସ୍ଥାନରେ ଏସପି ସ୍ମିତ୍ ପି ପର୍ମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟୀଫିକ ଟିମ୍ ଓ ଡଗ ସ୍କୁଆଡ ଟିମ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe