ରାଜ୍ୟପାଳଙ୍କୁ ଭେଟି ‘ମାଇଁ ଷ୍ଟାମ୍ପ’ ପ୍ରଦାନ କଲେ ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡ଼ାକପାଳ

ଓଡ଼ିଶା ମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ (ଆଇପିଓଏସ୍ ୧୯୯୭) ଏବଂ ଡାକ ସେବା ନିର୍ଦ୍ଦେଶକ ଅମିତ କୁମାର ଝା, (ଆଇପିଓଏସ୍ ୨୦୧୫) ଆଜି ରାଜଭବନଠାରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

Governor Of Odisha

Governor Of Odisha Photograph: (sambad.in)

ଭୁବନେଶ୍ବର: ଓଡ଼ିଶା ମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ (ଆଇପିଓଏସ୍ ୧୯୯୭) ଏବଂ ଡାକ ସେବା ନିର୍ଦ୍ଦେଶକ ଅମିତ କୁମାର ଝା, (ଆଇପିଓଏସ୍ ୨୦୧୫) ଆଜି ରାଜଭବନଠାରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

ଏହି ଗସ୍ତ ସମୟରେ ଶ୍ରୀ ସିଂହ ରାଜ୍ୟପାଳଙ୍କୁ ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଡାକସେବା ଏବଂ ଭାରତୀୟ ଡାକର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ, ଯାହା ଅତ୍ୟନ୍ତ ଗ୍ରାହକ ଅନୁକୂଳ ହେବ। ଓଡ଼ିଶା ମଣ୍ଡଳମୁଖ୍ୟ ମହାଡାକପାଳ ଓଡ଼ିଶାର ରାଜ୍ୟପାଳଙ୍କୁ ଗୋଟିଏ ‘ମାଇଁ ଷ୍ଟାମ୍ପ’ ପ୍ରଦାନ କରିଥିଲେ।

Governor Of Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe