ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯବାନଙ୍କ ମୃତ୍ୟୁ ଘଟଣା ନେଇ ସୀମାନ୍ତରେ ପୋଷ୍ଟର

ଜଂଗଲରେ ଦୁର୍ବୃତ୍ତମାନେ ଜଂଗଲୀ ପଶୁ ଶିକାର କରିବା ପାଇଁ ଜଂଗଲରେ ବିଦ୍ୟୁତ ତାର ଖଞ୍ଜିଥାନ୍ତି। ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁ ନୀରିହଙ୍କ ଜୀବନ ଯାଉଛି। ଏଥିସହ ଗୃହପାଳିତ ପଶୁଙ୍କର ମଧ୍ୟ ଅକାଳରେ ମୃତ୍ୟୁ ହେଉଛି।

Mkg border re poster

ମାଲକାନଗିରି: ସୀମାନ୍ତ ଆନ୍ଧ୍ର ଜଂଗଲରେ ଦୁର୍ବୃତ୍ତମାନେ ଜଂଗଲୀ ପଶୁ ଶିକାର କରିବା ପାଇଁ ଜଂଗଲରେ ବିଦ୍ୟୁତ ତାର ଖଞ୍ଜିଥାନ୍ତି। ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁ ନୀରିହଙ୍କ ଜୀବନ ଯାଉଛି। ଏଥିସହ ଗୃହପାଳିତ ପଶୁଙ୍କର ମଧ୍ୟ ଅକାଳରେ ମୃତ୍ୟୁ ହେଉଛି। ତେଣୁ ଆନ୍ଧ୍ର ସରକାରଙ୍କ ତରଫରୁ ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକର ସୀମାନ୍ତ ଗ୍ରାମଗୁଡିକରେ ଓଡ଼ିଆରେ ଏବଂ ତେଲୁଗୁରେ ପୋଷ୍ଟର ଏବଂ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି।

ଗତ ୧୫ ଦିନ ତଳେ ଜଣେ ଆନ୍ଧ୍ର ଯବାନ କୁମ୍ବିଂ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ, ଯାହାକୁ ସରକାର ଓ ପ୍ରଶାସନ ଗୁରୁତର ସହ ନେଇଛି। ବିଦ୍ୟୁତ ତାର ଖଞ୍ଜୁଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଅକାଳରେ ଲୋକଙ୍କର ଜୀବନ ଯାଉଥିବାରୁ ଏଭଲି ଘୃଣ୍ୟ କାମ ନକରିବାକୁ ତାଗିଦ କରାଯାଇଛି।

ପୋଷ୍ଟରରେ ଜଂଗଲରେ ପଶୁ ଶିକାର କରିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି କୁହାଯିବା ସହ ଏଥିପାଇଁ କଡ଼ା କାନୁନ ରହିଥିବା କୁହାଯାଇଛି। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏଭଳି ଘୃଣ୍ୟ କାମ କରୁଛନ୍ତି କି ବୋଲି ସଂଦେହ କରାଯାଉଛି।ରାତିରେ ସୁରକ୍ଷାକର୍ମୀ ଜଂଗଲରେ ସର୍ଚ୍ଚ ଅପରେସନ କରିଥାନ୍ତି। ସେମାନେ ଜଂଗଲରେ ଅନ୍ଧାରରେ ବୁଲୁଥାନ୍ତି। ସେମାନେ ଜାଣନ୍ତି ନାହିଁ ଯେ ଜଂଗଲରେ ସେମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବେ। ଯବାନଙ୍କର ମୃତ୍ୟୁ ପରେ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି। ଏଭଳି କାମ କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe