ପ୍ରାଚୀ ଏଜୁକେସନ୍‌ ଫାଉଣ୍ଡେସନ୍‌ର ‘ପ୍ରାଚୀକନ୍‌ ୨୦୨୫’

ପ୍ରାଚୀ ଏଜୁକେସନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୩ଦିନିଆ କାର୍ଯ୍ୟକ୍ରମ ‘ପ୍ରାଚୀକନ୍‌ ୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ‘ସ୍ତ୍ରୀ ଓ ପ୍ରସୂତି ରୋଗର ସମାଧାନ’ ଶୀର୍ଷକକୁ ନେଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଇଛି।

1aee32b3-98c9-411c-8779-06b790e66243

ଭୁବନେଶ୍ୱର: ପ୍ରାଚୀ ଏଜୁକେସନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୩ଦିନିଆ କାର୍ଯ୍ୟକ୍ରମ ‘ପ୍ରାଚୀକନ୍‌ ୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ‘ସ୍ତ୍ରୀ ଓ ପ୍ରସୂତି ରୋଗର ସମାଧାନ’ ଶୀର୍ଷକକୁ ନେଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଇଛି। ଉଦ୍‌ଘାଟନୀ ଅଧିବେଶନରେ ଅତିଥି ଭାବେ ଡାକ୍ତର ରୋହିତ ଗୁଟ୍‌ଗୁଟିଆ, ରାଜୁଲ୍‌ ତ୍ୟାଗୀ, ବନ୍ଦନା ବନସଲ୍‌ ଯୋଗ ଦେଇ ବନ୍ଧ୍ୟାତ୍ୱ, ଆଇଭିଏଫ୍‌, ଆଇୟୁଆଇ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ ଡାକ୍ତର ବାଣୀ ମିତ୍ର, ନନ୍ଦିତା ପଲ୍‌ସେତକର, କେ ଡି ନାୟର ଯୋଗ ଦେଇ ପୁରୁଷ ବନ୍ଧ୍ୟାତ୍ୱ, ଗର୍ଭାଶୟଜନିତ ବିଭିନ୍ନ ରୋଗ ଉପରେ ଥିବା ମାନସିକତା ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯୋଗ ଦେଇଥିଲେ।

b872dbbd-f4c1-4e77-b611-40170a5214f1

ଅନୁଷ୍ଠାନର ଚେୟାରମ୍ୟାନ୍‌ ଡା. ପି ସି ମହାପାତ୍ର, କାର୍ଯ୍ୟକାରୀ ଚେୟାରମ୍ୟାନ୍‌ ଡା. ଜୟଶ୍ରୀ ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦିକା ଡା. ଭାଗ୍ୟଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡାକ୍ତର ମଧୁସ୍ମିତା ମହାନ୍ତି ଓ ଲୋପା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ଜନ୍ମେଜୟ ମହାପାତ୍ର, ଡା. ହରପ୍ରସାଦ ପଟ୍ଟନାୟକ, ଡା. ମୃତ୍ୟୁଞ୍ଜୟ ମହାପାତ୍ର, ଡା. ଇନ୍ଦୁଭୂଷଣ କର, ଡା. ସୁଶୀଲ ଗିରି ପ୍ରମୁଖ ଉପସ୍ଥିତ ଥିଲେ।

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe