ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍: ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Advertisment

ଯେଉଁ ବିଲ୍ ସଂଖ୍ୟା ଲଘୁଙ୍କ ହିତରେ ନୁହେଁ, ସେହି ବିଲ୍ ସପକ୍ଷରେ କିପରି ଭୋଟ୍ ଦେଲେ ସସ୍ମିତ୍। ଏହାସହ ଆହୁରି ମଧ୍ୟ କହିଲେ ସସ୍ମିତଙ୍କ ଆଭିମୁଖ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ମଧ୍ୟ ନିନ୍ଦା କରିଛନ୍ତି ପ୍ରଫୁଲ୍ଲ।

Updated On

ଯେଉଁ ବିଲ୍ ସଂଖ୍ୟା ଲଘୁଙ୍କ ହିତରେ ନୁହେଁ, ସେହି ବିଲ୍ ସପକ୍ଷରେ କିପରି ଭୋଟ୍ ଦେଲେ ସସ୍ମିତ୍। ଏହାସହ ଆହୁରି ମଧ୍ୟ କହିଲେ ସସ୍ମିତଙ୍କ ଆଭିମୁଖ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ମଧ୍ୟ ନିନ୍ଦା କରିଛନ୍ତି ପ୍ରଫୁଲ୍ଲ।

ଅଦ୍ୟତନ ହୋଇଛି
Sasmit Patra

Sasmit Patra Photograph: (Sambad )

ଭୁବନେଶ୍ୱର: ସଂସଦରେ ଗୁରୁବାର ରାତିରେ ୱାକଫ୍‌ ବିଲ୍‌ ଗୃହୀତ ହେଲା ପରେ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ କମ୍ପନ ସୃଷ୍ଟି ହୋଇଛି। ଓ୍ୱାକଫ୍‌ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ଥିବା ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। 

ହଁ ସସ୍ମିତ ପାତ୍ରଙ୍କ ବିରୋଧରେ ଶ୍ରୀ ସାମଲ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି। ସେ ଏଥିପାଇଁ ବିଜେଡି ସୁପ୍ରିମୋ ନବୀନଙ୍କୁ ଚିଠି ଲେଖିଛନ୍ତି।

ଓ୍ୱାକଫ ବିଲ୍ ପାରିତ ପାଇଁ ସଂସଦରେ ଭୋଟ୍ ପଡୁଥିବା ବେଳେ, ବିଜେଡି ସାଂସଦ ଏହାକୁ ସମର୍ଥନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି। ପ୍ରଫୁଲ୍ଲ କହିଛନ୍ତି ସଂଖ୍ୟାଲଘୁଙ୍କ ହିତ ପାଇଁ ସବୁବେଳେ ବିଜେଡି କାମ କରି ଆସୁଛି। ହେଲେ ଯେଉଁ ବିଲ୍ ସଂଖ୍ୟା ଲଘୁଙ୍କ ହିତରେ ନୁହେଁ, ସେହି ବିଲ୍ ସପକ୍ଷରେ କିପରି ଭୋଟ୍ ଦେଲେ ସସ୍ମିତ୍। ଏହାସହ ଆହୁରି ମଧ୍ୟ କହିଲେ ସସ୍ମିତଙ୍କ ଆଭିମୁଖ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ମଧ୍ୟ ନିନ୍ଦା କରିଛନ୍ତି ପ୍ରଫୁଲ୍ଲ।

ତେବେ ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ୱାକଫ୍‌ ପାଇଁ ଭୋଟ୍‌ ପୂର୍ବରୁ କିଛି ଖେଳ ହୋଇଛି। ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। 

ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ୍‌ ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ‘ଏଏନ୍‌ଆଇ’କୁ ପ୍ରତିକ୍ରିୟା ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି। 
 

ଅନ୍ୟପଟରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି। ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ୍‌ ଦେଇ ନଥିଲି।  

Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe