ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଉଦଘାଟନ କରିଛନ୍ତି।

njk

ଭୁବନେଶ୍ବର: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ। ଏହାକୁ ପ୍ରଦୀପ ପ୍ରଜ୍ବଳନ କରି  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଉଦଘାଟନ କରିଛନ୍ତି। ଏହା ପରେ ଆଜି ଜନତା ମଇଦାନରେ ଦିବ୍ୟ ଓ ଭବ୍ୟ ଆୟୋଜନ କରାଯାଇଛି। ଆଜିଠାରୁ ୩ ଦିନ ଅର୍ଥାତ୍ ୧୦ ତାରିଖ ଯାଏ ପ୍ରବାସୀ ଭାରତୀୟ ସମ୍ମେଳନ ଆୟୋଜିତ ହେବ। ଏଣେ ଏଥିରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏଥିରେ ‌୭ ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ।

ପ୍ରବାସୀ ଭାରତୀୟଙ୍କୁ ଏକ ଆରାମଦାୟକ ଓ ସ୍ମରଣୀୟ ଅନୁଭୂତି ଦେବାକୁ ଆମେ ସମସ୍ତ ପ୍ରସ୍ତୁତି କରିଛୁ। ପୁରୀ, ଭୁବନେଶ୍ବର, କଟକ, ଯାଜପୁରରେ ୨୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରବାସୀ ଭାରତୀୟଙ୍କୁ ବୁଲାଇବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନକୁ ପାଖରୁ ଦେଖିବାରୁ ସୁଯୋଗ ମିଳିବ। ବିଭିନ୍ନ ଖାଦ୍ୟ ମେଳାରୁ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ, ଶାସ୍ତ୍ରୀୟ ନୃତ୍ୟ ଦେଖାଇବା ପାଇଁ ବିଭିନ୍ନ ମହୋତ୍ସବ ଆୟୋଜନ କରାଯାଇଛି। ଭାରତର ବିକାଶରେ ପ୍ରବାସୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଓଡ଼ିଶାର ବିକାଶରେ ସେମାନଙ୍କ ସହଯୋଗ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ ହେବ। ଏଚ୍ଏମ୍ପିଭି ଭାଇରସ୍ର ମୁକାବିଲା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe