୪ମାସ ଧରି ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ମିଳୁନି ପୋଷଣଯୁକ୍ତ ଖାଦ୍ୟ

Advertisment

ଗର୍ଭବତୀ, ପ୍ରସୂତି ମହିଳା ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ` ପୁଷ୍ଟିହୀନତା ଭଳି ରୋଗ ଦୂର ପାଇଁ ସମାଜ ମଙ୍ଗଳ ବିଭାଗ ଜରିଆରେ ରାଜ୍ୟ ସରକାର। ଏହି ପୋଷଣଯୁକ୍ତ ଖାଦ୍ୟ ମାସକୁ ମାସ ଯୋଗାଇ ଦେଉଛନ୍ତି।

ଗର୍ଭବତୀ, ପ୍ରସୂତି ମହିଳା ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ` ପୁଷ୍ଟିହୀନତା ଭଳି ରୋଗ ଦୂର ପାଇଁ ସମାଜ ମଙ୍ଗଳ ବିଭାଗ ଜରିଆରେ ରାଜ୍ୟ ସରକାର। ଏହି ପୋଷଣଯୁକ୍ତ ଖାଦ୍ୟ ମାସକୁ ମାସ ଯୋଗାଇ ଦେଉଛନ୍ତି।

betonati

-ପୋଷଣଯୁକ୍ତ ଖାଦ୍ୟ ଯୋଜନା ବାଟବଣା
-ପିଲାଙ୍କୁ ମିଳୁନି ପୋଷଣ ଖାଦ୍ୟ
-ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ

ବୈଶିଙ୍ଗା: ଗର୍ଭବତୀ, ପ୍ରସୂତି ମହିଳା ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ` ପୁଷ୍ଟିହୀନତା ଭଳି ରୋଗ ଦୂର ପାଇଁ ସମାଜ ମଙ୍ଗଳ ବିଭାଗ ଜରିଆରେ ରାଜ୍ୟ ସରକାର। ଏହି ପୋଷଣଯୁକ୍ତ ଖାଦ୍ୟ ମାସକୁ ମାସ ଯୋଗାଇ ଦେଉଛନ୍ତି। ପିଲାଙ୍କୁ ଛତୁଆ, ସୁଜି, ଅଣ୍ଡା ସହିତ ଗର୍ଭବତୀ ଓ ପ୍ରସୂତିଙ୍କୁ ବାଦାମ ଲଡ଼ୁ, ରାଶି ଲଡ଼ୁ, ଖଜରା, ବୁଟ, ମୁଢ଼ି, ହଳଦିଆ ଛତୁଆ ଆଦି ଖାଦ୍ୟ ଯୋଗାଇ  ଯୋଗାଉଛନ୍ତି ରାଜ୍ୟ ସରକାର। ହେଲେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଶ୍ରୀବତ୍ସପୁର ଅଙ୍ଗନବାଡି କେନ୍ଦ୍ରରେ ଏଥିରେ ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛିl

ଅଭିଯୋଗ ମୁତାବକ ଚାରି ମାସ ହେଲାଣି ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ମାନଙ୍କୁ ଛତୁଆ କି ଅନ୍ୟ କୌଣସି ପୋଷଣ ଦିଆଯାଉନିl ସେପଟେ ଅଣ୍ଡା ଆସୁନାହିଁ କହି ଅଙ୍ଗନବାଡ଼ି କର୍ମୀ କେତେବେଳେ ମାସକୁ ଆବଶ୍ୟକ ମୁତାବକ ଅଣ୍ଡା ବି ପିଲାମାନଙ୍କୁ ଦେଉନାହାନ୍ତିl ଫଳରେ ଗର୍ଭବତୀ ଓ ପିଲାମାନଙ୍କୁ ରାଜ୍ୟ ସରକାରଙ୍କ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ ଯୋଜନା ଦିଗହରା ହୋଇଛି। 

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ୩୧ଜଣ ଗର୍ଭବତୀ, ପ୍ରସୂତି ମହିଳାଙ୍କ ନାମ ଶ୍ରୀବତ୍ସପୁର ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ଥିବାବେଳେ ବିଗତ ୪ମାସ ଜଣେ ହେଲେ ମହିଳା ବାଦାମ ଲଡ଼ୁ, ରାଶି ଲଡ଼ୁ, ଖଜରା, ବୁଟ, ମୁଢ଼ି, ହଳଦିଆ ଛତୁଆ ଆଦି ଖାଦ୍ୟ ପାଇବାରୁ ବଞ୍ଚିତ ଅଛନ୍ତି। ଏନେଇ ସେମାନେ ସେଠାକାର ଅଙ୍ଗନବାଡି କର୍ମୀ ଶାନ୍ତିଲତା ସିଂଙ୍କୁ ଯେତେଥର ପଚାରିଲେ ବି ସେ ଖାଦ୍ୟ ଉପରୁ ଆସିନାହିଁ କହି ସମୟ ଗଡ଼ାଇ ଚାଲିଛନ୍ତି। ହେଲେ ଆଜି ହଟାତ କିଛି ମହିଳାଙ୍କୁ ଖାଦ୍ୟ ବଣ୍ଟନ କରିବା ନେଇ ସେ ଜଣାଇଥିଲେ। ସେମାନେ ଆସି ଦେଖିବାକୁ ପାଇଥିଲେ କି ତାଙ୍କର ୪ମାସର ଖାଦ୍ୟ ପାଇବାକୁ ବାକି ଥିବାବେଳେ କେବଳ ଜୁଲାଇ ମାସର ଖାଦ୍ୟ ଦିଆଯାଉଛି। ହେଲେ ଗଡ଼ରେଜ ଖୋଲି ଦେଖିବାକୁ ପାଇଥିଲେ କି ଅନେକ ଖାଦ୍ୟ ପ୍ୟାକେଟ ଗଛିତ ହୋଇ ରହିଛି। ସେ ପ୍ରସୂତି ହୁଅନ୍ତୁ କି ଗର୍ଭବତୀ, କାହାରିକୁ ଛତୁଆ ମିଳୁନି।

ସେହିଭଳି ପିଲାମାନଙ୍କୁ ଛତୁଆ ଓ ଅଣ୍ଡା ଧାର୍ଯ୍ୟ ମୁତାବକ ବି ମିଳୁନି। ଏମିତିକି ପ୍ରତ୍ୟହ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଉନି।ଯୋଉଁଥିପାଇଁ ସେମାନେ ଏହା ସମ୍ବନ୍ଧରେ ଶାନ୍ତିଲତାଙ୍କୁ ପଚାରିଥିଲେ, ହେଲେ ସେକୌଣସି ସନ୍ତୋଷଜନକ ଉତ୍ତର ଦେଇନପାରି ଉପରୁ ଖାଦ୍ୟ ଆସିନାହିଁ ବୋଲି ଯୁକ୍ତି ବଢିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲାl ପରେ ଗ୍ରାମବାସୀମାନେ ଉକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କୁ ଫୋନ କରିଥିଲେ, ହେଲେ ସେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମସ୍ତଙ୍କର ଖାଦ୍ୟ କେନ୍ଦ୍ରକୁ ପଠାଇଛନ୍ତି ବୋଲି ଉତ୍ତର ଦେଇଥିଲେ।

ଉତ୍ତେଜିତ ଲୋକମାନେ ଶାନ୍ତିଲତାଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ରରେ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏହି ସମସ୍ୟାର ସମାଧାନ ନେଇ ସୁପରଭାଇଜର ପ୍ରତିଶୃତି ଦେବାପରେ ଗ୍ରାମବାସୀ ଶାନ୍ତିଲତାଙ୍କୁ କେନ୍ଦ୍ରରେ ଛାଡି ଘରକୁ ଫେରିଥିଲେ। ଏନେଇ ବେତନଟୀ ସିଡିପିଓ ପାନବତୀ ମୁର୍ମୁଙ୍କ କହିବା କଥା କି ଆମେ ଚଳିତ ସେପ୍ଟେମ୍ବର ସୁଦ୍ଧା ଗର୍ଭବତୀ ଓ ପ୍ରସୂତି ଓ ପିଲାମାନଙ୍କ ନିମିତ୍ତ ଦରକାରୀ ମୁତାବକ ସମସ୍ତ ଖାଦ୍ୟ କେନ୍ଦ୍ରକୁ ପଠାଇଦେଇଛୁ। ସେ କଣ ପାଇଁ ସେସବୁକୁ ବଣ୍ଟନ କରିନାହାନ୍ତି ସେନେଇ ତଦନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe