ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। 

Advertisment

ଚିକିତ୍ସାଳୟ ମାଲିକଙ୍କ ଦବଙ୍ଗଗିରି

ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ତେଜନା ଯୋଗୁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ଗୁଣ୍ଡାମାନେ କିଏ, ତାଙ୍କ ଫଟୋ ସିସି ଟିଭି ଫୁଟେଜରୁ ପୁଲିସ ଚିହ୍ନଟ କରୁ ବୋଲି ସେମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ:  Husband KillS Wife ଦାମ୍ପତ୍ୟ କଳହର ପରିଣତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ, ଘରେ ପଡ଼ିଛି ମୃତଦେହ

ଏଣେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ। ଘଟଣାସ୍ଥଳରେ ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି। 

ଆହୁରି ପଢ଼ନ୍ତୁ: Hotel owner wife injured fire ନିଆଁ ଲାଗି ହୋଟେଲ ମାଲିକଙ୍କ ସମେତ ସ୍ତ୍ରୀ ଗୁରୁତର