ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ଘୁମୁସର ଉଦୟଗିରିରେ ଆନ୍ଦୋଳନ ପାଇଁ ସଜବାଜ

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ସମାଧାନ ପାଇଁ ଅଞ୍ଚଳବାସୀ ସଚେତନ ହୋଇ ଆନ୍ଦୋଳନ ପାଈଁ ସଜବାଜ ହୋଇ ଆଜି ପୁରୁଣା ସାହିରେ ଥିବା ସାରଙ୍ଗଡ଼ କୁଇ ଉପସାଖା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

1002475077
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ସମାଧାନ ପାଇଁ ଅଞ୍ଚଳବାସୀ ସଚେତନ ହୋଇ ଆନ୍ଦୋଳନ ପାଈଁ ସଜବାଜ ହୋଇ ଆଜି ପୁରୁଣା ସାହିରେ ଥିବା ସାରଙ୍ଗଡ଼ କୁଇ ଉପସାଖା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜ ସେବୀ ଆମନ ଚନ୍ଦ୍ର ନାୟକ ଓ ସସ୍ମିତା ମଲ୍ଲିକ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ୩ଟି ପଞ୍ଚାୟତର ବୁଦ୍ଧିଜୀବୀମାନେ ଉପସ୍ଥିତ ହୋଇ ନିରାକାର ପ୍ରଧାନଙ୍କ ସଭାପତିତ୍ୱରେ ବିସ୍ତୃତ ଆଲୋଚନା କରିଥିଲେ। ସଭାରେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁରବସ୍ଥା, ପୁରୁଣା କୋଠାର ମରାମତି ଓ ନୂତନ କୋଠା ନିର୍ମାଣ ବିଷୟକୁ ନେଇ ମତବିନିମୟ ହୋଇଥିଲା। ସଭାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯିବ। ଯଦି ୧୫ ଦିନ ମଧ୍ୟରେ କୌଣସି ଉତ୍ତର ନ ମିଳେ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ଙ୍କ ତରଫରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମୁଖରୁ ସ୍ପଷ୍ଟ ସନ୍ଦେଶ ଆସିଥିଲା। 

“ସ୍ବାସ୍ଥ୍ୟ ସେବା ଆମ ଅଧିକାର, ସରକାର ତୁମେ କର ବିଚାର।” ସାରଙ୍ଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁର୍ଦଶା ସମ୍ପର୍କରେ ଉପସ୍ଥିତ ଲୋକମାନେ କୁହିଥିଲେ। ବର୍ଷା ହେଲେ ଛାତରୁ ପାଣି ଗଳିବାରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହେଉଛି। ଡାକ୍ତର ଓ ରୋଗୀ ଦୁହେଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଗ୍ନ ଅବସ୍ଥାରେ  ବିପଦସଙ୍କୁଳ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବା ଚାଲିଥିବାରୁ ତୁରନ୍ତ ପୁରାତନ କୋଠା ର ମରାମତି ସହିତ ଅନ୍ୟ ଏକ ଜାଗା ରେ ନୂତନ କୋଠା ନିର୍ମାଣ ଦାବି ଜୋରଦାର ହୋଇଛି।

ଏହି ବୈଠକରେ ଲାମ୍ବୁରା ପ୍ରଧାନ, ନିରାକାର ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଯୁବରାଜ ମଲ୍ଲିକ, ଜୟସନ୍ ପୂଜାରୀ, ଗୋପୀନାଥ ଦଳବେହେରା, ବିଶ୍ୱାମିତ୍ର ମଲ୍ଲିକ, ଜହଲାଲ୍ ମଲ୍ଲିକ, ବିକ୍ରମ ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ଯୁବରାଜ ପ୍ରଧାନ, ସନ୍ତୋଷ ପ୍ରଧାନ, ଠାକୁର ବିଶୋୟୀ, ପ୍ରକାଶ ଚନ୍ଦ୍ର ମୁଖି ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
G. Udayagiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe