G Udayagiri Photograph: (sambad.in)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ଏକ ନଂ ୱାର୍ଡ ସ୍ଥିତ ପଦାସାହି ନିକଟ କକଟିପାହାଡ଼ ଉପରେ ନିର୍ମାଣ ହେବ ଭବ୍ୟ ଶ୍ରୀରାମ ମନ୍ଦିର। ଏଥି ପାଇଁ ପ୍ରସ୍ତୁତ ହୋଇଛି ରୂପରେଖ। ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ତରଫରୁ ଭୂମିପୂଜା ଏବଂ ଚବିଶି ପ୍ରହର ନାମଯଜ୍ଞ ନିମନ୍ତେ ଆଜି ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ସମାରୋହ ପାଇଁ ବହୁ ସଂଖ୍ୟାରେ ମହିଳାମାନେ ଏକ ପ୍ରକାର ହଳଦିଆ ବସ୍ତ୍ର ପରିଧାନ କରି ସହରର ଏନଏସି ଅଫିସ ନିକଟ ସାଲୁଙ୍କି ନଦୀରେ ଏକତ୍ରିତ ହୋଇ କଳସ ରେ ଜଳ ଧରି ସାରା ସହର ପରିକ୍ରମା କରି ପଦାସାହି ସ୍ଥିତ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ।
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ୨୦ ତାରିଖ ହେବାକୁ ଥିବା ବେଳେ ଆଜି କଳସ ଯାତ୍ରା, ୧୮, ୧୯ ନାମ ଯଜ୍ଞ, ୨୦ ତାରିଖରେ ନୟାଗଡ଼ ଜିଲ୍ଲାର ଓଡଗାଁ ରଘୁନାଥଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ବିରାଟ ପଟୁଆରେେ ଶୋଭାଯାତ୍ରାରେ ଆସିବା ପରେ ଭୂମିପୂଜା କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି କମିଟି ତରଫରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ବାଘ, ସୁଦାମ ପାତ୍ର, ଅନିଲ ପଟ୍ଟନାୟକ, ଦୁର୍ଗା ମାଧବ ପଟ୍ଟନାୟକ, ସଂଜୀବ କୁମାର ପ୍ରଧାନ, ପଞ୍ଚାନନ ପ୍ରଧାନ, ହେମନ୍ତ ପ୍ରଧାନ, ଦୀପକ କୁମାର ଦଳବେହେରା, ଲଳିତ କୁମାର ଦଳବେହେରା, ବିବେକ ପ୍ରଧାନ, ଅଶୋକ ପ୍ରଧାନ, ପ୍ରକାଶ ପ୍ରଧାନଙ୍କ ସମେତ ସମସ୍ତ ସାହି ବାସିନ୍ଦା ଯୋଗ ଦେଇ ସହଯୋଗ କରିଥିଲେ।
Kandhamal
Follow Us