ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ପୂଣ୍ୟ, ଶ୍ରଦ୍ଧାଳୁ କରିଛନ୍ତି ଅପେକ୍ଷା

Advertisment

ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ବୋଲି ବିଶ୍ବାସ ରହିଛି।

ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ବୋଲି ବିଶ୍ବାସ ରହିଛି।

ef64cc08-6e82-4187-8eaa-15758288441a

ପୁରୀ: ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ବୋଲି ବିଶ୍ବାସ ରହିଛି। ମହାପ୍ରଭୁଙ୍କ ଏହି ବିରଳ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷାରତ ଅଛନ୍ତି। ଏଥି ପାଇଁ ଶ୍ରଦ୍ଧାଳୁମାନେ ଆଜିଠାରୁ ପୁରୀ ମୁହାଁ ହୋଇଛନ୍ତି।

ଶରଧାବାଲିର ଜନ୍ମବେଦୀରେ ଆୟୋଜନ କରାଯାଉଥିବା ଏହି ଦର୍ଶନ ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶରଧାବାଲିରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। 

ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆସନ୍ତାକାଲି (ଶୁକ୍ରବାର), ‘ସନ୍ଧ୍ୟା ଦର୍ଶନ’ ଦିନ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।  

ଶ୍ରଦ୍ଧାଳୁମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେl ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ଯବସ୍ଥାକୁ, ମହାପ୍ରଭୁଙ୍କ ନୀତି ସମ୍ପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ସହଯୋଗ କରିବେ ବୋଲି ସମସ୍ତ ସେବକ ନିଯୋଗଙ୍କ ସହଯୋଗ ଓ ସମନ୍ବୟ କାମନା କରିଛି ପ୍ରଶାସନ।

ଅନ୍ୟପଟେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।  

ଦ୍ବାରଫିଟା: ଭୋର ୪ଟା
ମଙ୍ଗଳଆଳତି: ଭୋର ସାଢ଼େ ୪ଟା
ମଇଲମ-ତଡ଼ପଲାଗି: ଭୋର ୫ଟା
ଅବକାଶ: ସକାଳ ୬ଟା
ରୋଷହୋମ: ୬ଟା ୧୫
ସୂର୍ଯ୍ୟପୂଜା: ସାଢ଼େ ୬ଟା
ଦ୍ବାରପାଳ ପୂଜା: ୬ଟା ୪୫
ବେଶ ଶେଷ: ୭ଟା
ଗୋପାଳବଲ୍ଲଭ ପୂଜା: ସାଢ଼େ ୭ଟା
ସକାଳ ଧୂପ: ସକାଳ ୮ଟାରୁ ସାମେ ୯ଟା
ଭୋଗମଣ୍ଡପ: ସାଢ଼େ ୮ଟାରୁ ସାଢ଼େ ୧୦ଟା
ଯାତ୍ରାଙ୍ଗୀ ମହାସ୍ନାନ: ପୂର୍ବାହ୍ଣ ସାଢ଼େ ୧୧ଟା
ସର୍ବାଙ୍ଗ: ଦିନ ୧୨ଟା
ନୂଆ ଲୁଗାଲାଗି ଓ ବେଶ: ଦିନ ୧ଟା
ମଧ୍ୟାହ୍ନ ଧୂପ: ସାଢ଼େ ୧ଟାରୁ ୩ଟା
ଦ୍ବିତୀୟ ଭୋଗମଣ୍ଡପ: ଦିନ ୨ଟାରୁ ସାଢ଼େ ୩ଟା
ସନ୍ଧ୍ୟା ଆଳତି: ୫ଟା
ସନ୍ଧ୍ୟା ଧୂପ: ସାଢ଼େ ୫ଟାରୁ ୭ଟା
ରାହାସକୁ ଦିଅଁ ବିଜେ: ରାତି ୮ଟା
ଚନ୍ଦନ ଲାଗି: ସାଢ଼େ ୮ଟା
ବଡ଼ସିଂହାର ବେଶ: ୯ଟା
ପହୁଡ଼ ଆଳତି: ରାତି ୧୦ଟା
ଶ୍ରୀମୁଖ ଖଣ୍ଡୁଆ: ୧୦ଟା ୧୫
ବାହୁଟ କଣ୍ଟ: ସାଢ଼େ ୧୦ଟା
ଚାର ବନ୍ଧା: ୧୧ଟାରୁ ରାତି ୨ଟା
କୁସୁମ ଲାଗି: ସାଢ଼େ ୨ଟାରୁ ଭୋର ୪ଟା

rath yatra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe