ରାତି ପାହିଲେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି; ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ‌ତାଙ୍କର ଗସ୍ତ ଜୁଲାଇ ୧୫ ତାରିଖରେ ଶେଷ ହେବ। ଶ୍ରୀମତୀ ମୁର୍ମୁ ଦୁଇଦିନଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। 

b47a2130-4697-4947-a348-010995b52de4

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ‌ତାଙ୍କର ଗସ୍ତ ଜୁଲାଇ ୧୫ ତାରିଖରେ ଶେଷ ହେବ। ଶ୍ରୀମତୀ ମୁର୍ମୁ ଦୁଇଦିନଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। 

ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ। ଏହି ସ୍ମରଣୀୟ ଉତ୍ସବରେ ସେ ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବେ। ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି, ଶିକ୍ଷାଗତ ଉତ୍କର୍ଷତା, ସମର୍ପଣ ଏବଂ ଦେଶ ପ୍ରତି ସେବା ମନୋଭାବକୁ ପ୍ରତିପାଦିତ କରୁଥିବା ଏହି ସମାବର୍ତ୍ତନ ଉତ୍ସବକୁ, ଏମ୍ସ ଭୁବନେଶ୍ବର ପକ୍ଷରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସହୃଦୟତାର ସହିତ ସ୍ବାଗତ କରିଛନ୍ତି। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ  ମୁକେଶ ମହାଲିଙ୍ଗ, ଭୁବନେଶ୍ବର ସାଂସଦ  ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

55f4dd34-36ab-4e21-b7ef-3d214f75c6fc

ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଅସାଧାରଣ ଶିକ୍ଷାଗତ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍ଏସ, ଜଣେ ଡିଏମ୍/ଏମ୍ସିଏଚ୍, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍, ଦୁଇ ଜଣ ଏମ୍ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ ଡ. ପି.ଆର୍. ମହାପାତ୍ର (ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର (ଡିଡିଏ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଏବଂ ଡ. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜୁଲାଇ ୧୫ ତାରିଖରେ ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗଦାନ କରିବା ସହିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ। ସେ ମଧ୍ୟ ଆଦିକବି ସାରଳା ଦାସଙ୍କ ଜନ୍ମ ବାର୍ଷିକୀ ସମାରୋହରେ ଯୋଗ ଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। 

Bhubaneswar | Cuttack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe