President Jagannath Temple ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।

Untitled

President Droupadi Murmu had a darshan of lord jagannath Photograph: (Sambad.in)

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ସେ ଦର୍ଶନ ସାରିବା ପରେ କିଛି ମିନିଟ୍ ଲାଗି ବାଇଶି ପାହାଚରେ ବସିଥିଲେ। ସେ ମୁକ୍ତିମଣ୍ଡପରେ ଆଶୀର୍ବାଦ ନେଇଥିଲେ।

ସକାଳ ୬ଟା ୫୦ରେ ଲୋକଭବନରୁ ବାହାରି କାକୁଡ଼ିଖାଇଛକ ଦେଇ ବାଲିସାହିସ୍ଥିତ ଶ୍ବେତଗଙ୍ଗା ପୁଷ୍କରିଣୀରେ ପହଞ୍ଚି ପିଣ୍ଡଦାନ କରିଥିଲେ। ପ୍ରାୟ ୩୦ ମିନିଟ୍‌ ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ବାଲିସାହିରୁ ଶ୍ରୀମନ୍ଦିର ଆସିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସକାଳ ୭ଟା ୪୦ ମିନିଟ୍‌ରେ ସେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: Jio hotstar May take action: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା

ରାଇରଙ୍ଗପୁର ଯିବେ ରାଷ୍ଟ୍ରପତି

ଏଣୁ ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୪୫ରୁ ୮ଟା ୧୦ ମଧ୍ୟରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେଠାରୁ ଆସିବା ପରେ ଲୋକଭବନରେ ଜଳପାନ ବ୍ୟବସ୍ଥା କରାଯାଇଛି। ସକାଳ ୯ଟା ୧୫ରେ ସେ ଲୋକ ଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍‌ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ।

୬ ଦିନିଆ ଓଡିଶା ଗସ୍ତର ତୃତୀୟ ଦିନରେ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କଲେ ମହାମହିମ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଲେ । ମୁକ୍ତି ମଣ୍ଡପ ପଣ୍ଡିତଙ୍କ ନେଲେ ଆଶୀର୍ବାଦ । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ନେଲେ। ୪୫ ମିନିଟ୍ କାଳ ଭିତରେ ଦର୍ଶନ ସାନିଧ୍ୟ ନେଲେ । ମହାମହିମଙ୍କ ଉଦ୍ଦେଶ୍ୟରେ ଲାଗିଲା ବାନା। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଲା ବେଦ ଧ୍ଵନି।ଫେରିବା ବାଟରେ ବାଇଶି ପାହାଚରେ ବସିଲେ ସେବାୟତ ଦେଲେ କର ପଲ୍ଲବ ଉପହାର। ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟ୍ଟ ଚିତ୍ର ଉପହାର ଦେଲେ ଶ୍ରୀମନ୍ଦିର ପ୍ରଶାସନ ।ଖଣ୍ଡୁଆ ଦେଇ ସ୍ବାଗତ କଲେ ମୁଖ୍ୟ ପ୍ରଶାସକ । କୌଳିକ ପଣ୍ଡା ଦେଲେ ମହାପ୍ରଭୁଙ୍କ ଫଟୋ ଚିତ୍ର ଉପହାର। ସାଧାରଣ ଭକ୍ତଟିଏ ପରି ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ସିଂହଦ୍ୱାର ବାଇଶି ପାହାଚ ଦେଇ ସାତ ପାହାଚ ଦେଇ ଭିତରକୁ ଯାଇ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe