ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ପକ୍ଷ ରଖିବା ରଖିବା ପରେ ବାହାରିଲେ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ, ମୁହଁ ଖୋଲିଲେନି

Advertisment

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ପରେ ପ୍ରାୟ ୪୫ ମିନିଟ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରିଲେ ସେବାୟତ ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । କିନ୍ତୁ ଉଭୟେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନାହିଁ।

Updated On

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ପରେ ପ୍ରାୟ ୪୫ ମିନିଟ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରିଲେ ସେବାୟତ ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । କିନ୍ତୁ ଉଭୟେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନାହିଁ।

ଅଦ୍ୟତନ ହୋଇଛି
bh

ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ନିଜର ପକ୍ଷ ରଖିବା ପରେ ପ୍ରାୟ ୪୫ ମିନିଟ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରିଲେ ସେବାୟତ ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । କିନ୍ତୁ ଉଭୟେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନାହିଁ।
 

ସୂଚନାଯୋଗ୍ୟ  ପକ୍ଷ ରଖିବା ପାଇଁ ଆଜି ହାଜର ହୋଇଥିଲେ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।  ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଥିଲା ଶ୍ରୀମନ୍ଦିର ନୀତି ପ୍ରଶାସକ ।  ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନିଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  ।  
ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ଚଢ଼ାଉକରଣ, ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ   ।  ପରେ ଦ୍ଵିତୀୟ ପର୍ଯ୍ୟାୟରେ ବାଡଗ୍ରାହୀ ମାନଙ୍କ ସହ ବୈଠକ ବସିଥିବା ବେଳେ ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ  ।  ତୃତୀୟ ପର୍ଯାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା । 
ସେପ଼ଟେ ସିଂହଦ୍ବାର ଥାନାରେ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା  । ଦାରୁ କାଠ କିପରି ଦୀଘା ଗଲା ସେନେଇ ଏତଲାରେ ଲେଖା ହୋଇଛି ।  ଏହା ସହ ଶ୍ରୀମନ୍ଦିର ପ୍ରଶାସନ ନାଁରେ ମଧ୍ୟ ଏତଲା ଦିଆଯାଇଛି  । ଏଥିସହ ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।  କହିଲେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ହୋଇଥିଲା ନିମନ୍ତ୍ରଣ ।

ସିଂହଦ୍ବାର ଥାନାରେ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା  । ଦାରୁ କାଠ କିପରି ଦୀଘା ଗଲା ସେନେଇ ଏତଲାରେ ଲେଖା ହୋଇଛି ।  ଏହା ସହ ଶ୍ରୀମନ୍ଦିର ପ୍ରଶାସନ ନାଁରେ ମଧ୍ୟ ଏତଲା ଦିଆଯାଇଛି  । ଏଥିସହ ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।  କହିଲେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ହୋଇଥିଲା ନିମନ୍ତ୍ରଣ ।


କିନ୍ତୁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିବା କହିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେହିପରି ଶ୍ରୀଜିଉଙ୍କ ଦାରୁ କାଠ କେବଳ ଛୋଟ ଛୋଟ ଖଣ୍ଡ ଆକାରରେ ବଳେ । ତାକୁ ନେଇ ମୂର୍ତ୍ତି କରିବା ସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି । ତେବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ଏହି ବୈଠକରେ ସେ ଯୋଗଦେବେ । ଦୀଘା ଜଗନ୍ନାଥ ବିବାଦ ଓ ଦାରୁ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe