Presiding Officer Suspended: ନୂଆପଡ଼ା ଉପନିର୍ବାଚନ, ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ କହିଛନ୍ତି ଯେ ୩୬ ନମ୍ବର ବୁଥରେ କାର୍ଯ୍ୟରତ Presiding Officer ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

presiding officer suspended Photograph: (sambad.in)

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଲାଗି ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି। ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ। ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି ଯେ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି l ନିଲମ୍ବନ କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୩୬ ନମ୍ବର ବୁଥରେ କାର୍ଯ୍ୟରତ ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ

ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ଆହୁରି କହିଛନ୍ତି, ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି  ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।

ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି। ପୋଲିଂଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପ୍‌ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍‌କୁ ଯାଇଛନ୍ତି। ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଏହି ୮ଟି ବୁଥ୍‌ ସୋସେଙ୍ଗ, ସୋସେଙ୍ଗ-୨, ଦେଓସିଲ, ସୁନାବେଡ଼ା, ସୁନାବେଡ଼ା-୧(ଏ), ଜାମଗାଁ, ଗାତିବେଡ଼ା-୧ ଓ ଗାତିବେଡ଼ା-୨ ବୁଥ୍‌କୁ ହେଲିକପ୍ଟରରେ ଆଜି ଦିନ ୧୨ଟାରେ ପୋଲିଂଦଳ ଯାଇଛନ୍ତି। ଇଭିଏମ୍‌ରେ କିପରି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ୧୧ ତାରିଖ ଅପରାହ୍‌ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ। ସମ୍ବେଦନଶୀଳ ବୁଥ୍‌ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ବିଜେଡି କୌଣସି ତଥ୍ୟ କି ପ୍ରମାଣ ଦେଇନାହିଁ

ଆହୁରି ପଢ଼ନ୍ତୁ: Jay Dholkia BJP Appeal : ନୂଆପଡ଼ାର ଲକ୍ଷ ଲକ୍ଷ ବାପାଙ୍କ ପାଇଁ କାମ କରିବି: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

 ବିଜେଡି (ବିଜୁ ଜନତା ଦଳ)ର EVM ସମ୍ପର୍କିତ ଅଭିଯୋଗକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ଖଣ୍ଡନ କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏମିତି ଏକ ଅଭିଯୋଗ କରାଯାଇଥିଲା । ମୁଁ ସେହି ଦଳକୁ ତଥ୍ୟ ଦେବାକୁ କହିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ତଥ୍ୟ ପ୍ରମାଣ ପ୍ରଦାନ କରିନାହାନ୍ତି। ପଇସା ବଣ୍ଟନର ଭିଡିଓକୁ ମୁଁ ନିଜେ ଅନୁଧ୍ୟାନ କରିଛି ତାହା ଜିଲ୍ଲା ବାହାରର ବାହାରୁଛି ଆଉ କିଛି ୯ ତାରିଖ ପୂର୍ବର ଭିଡିଓ ବୋଲି ଜଣା ପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଇସା ବଣ୍ଟନର ଖବର ନାହିଁ।

ଆହୁରି ପଢ଼ନ୍ତୁ: Jay Dholkia Casts Vote: ମତଦାନ ଅଧିକାର ସାବ୍ୟସ୍ତ କଲେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ସେ ଏହାର ଜବାବ ରଖି କହିଛନ୍ତି,  ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା କି ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକ ଭର୍ତ୍ତି EVM ଆସିଛି।  ଆଉ ତାକୁ ଲୁଚାଇ ନୂଆପଡ଼ା ଜିଲ୍ଲାପାଳ ରଖିଛନ୍ତି ଭୋଟ ସରିବା ପରେ କାଢିବେ। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ, ତାହା କେବେ ବି ସମ୍ଭବ ନୁହେଁ। କାହିଁକି ନା ୩୦ଜିଲ୍ଲାରେ ଆମର EVM ପାଇଁ ୱାର ରୁମ୍ ରହିଛି। ପୁଲିସ ସୁରକ୍ଷାରେ ରହିଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe