ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ: ଅରବିନ୍ଦ ପାଢ଼ୀ

ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ। ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ୍‌। ଇସ୍କନ ପକ୍ଷରୁ ମିଳିଥିବା ଦସ୍ତାବିଜ୍‌ ଅନୁଧ୍ୟାନ ପରେ ଏହା ଜଣାଯାଇଛି।

AP

ଭୁବନେଶ୍ବର: ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ। ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ୍‌। ଇସ୍କନ ପକ୍ଷରୁ ମିଳିଥିବା ଦସ୍ତାବିଜ୍‌ ଅନୁଧ୍ୟାନ ପରେ ଏହା ଜଣାଯାଇଛି। କିନ୍ତୁ ଇସ୍କନର ଏହି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହା କହିଛନ୍ତି। 

ଗଜପତି ମହାରାଜଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଥିଲେ ଇସ୍କନ ପକ୍ଷରୁ ଭାରତ ଓ ବିଦେଶରେ ଅସମୟରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି। ଗଜପତି ମହାରାଜ ଏନେଇ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଗଜପତି ମହାରାଜ ଚିଠିରେ ଉଲ୍ଲେଖ କରିଥିଲେ, ପୁରୀରେ ରଥଯାତ୍ରା ସମୟରେ ଭାରତ ଓ ବିଦେଶରେ ରଥଯାତ୍ରାର ଆୟୋଜନ କରାଯାଉ। ଶାସ୍ତ୍ର ସମ୍ମତ ଅନୁସାରେ ରଥଯାତ୍ରା ପାଳନ କରାଯାଉ। 

ଆମେରିକାର ଏକ ସହରରେ ଚଳିତ ବର୍ଷ ମାର୍ଚ୍ଚ ୩ରେ ରଥଯାତ୍ରାର ଆୟୋଜନ ହୋଇଥିଲା। ସେହିପରି ପେନସିଲଭେନିଆରେ ସେପ୍ଟେମ୍ବର ୨୭ରେ ରଥଯାତ୍ରା ପାଳନ ପାଇଁ ଯୋଜନା କରୁଛନ୍ତି। ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଇସ୍କନ ପକ୍ଷରୁ ୧୮ଟି ସ୍ଥାନରେ ସ୍ନାନଯାତ୍ରା କରାଯାଇଥିଲା।

ଶ୍ରୀ ପାଢ଼ୀ କହିଛନ୍ତି, ଆମେରିକାର ଏକ ସହରରେ ଚଳିତ ବର୍ଷ ମାର୍ଚ୍ଚ ୩ରେ ରଥଯାତ୍ରାର ଆୟୋଜନ ହୋଇଥିଲା। ସେହିପରି ପେନସିଲଭେନିଆରେ ସେପ୍ଟେମ୍ବର ୨୭ରେ ରଥଯାତ୍ରା ପାଳନ ପାଇଁ ଯୋଜନା କରୁଛନ୍ତି। ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଇସ୍କନ ପକ୍ଷରୁ ୧୮ଟି ସ୍ଥାନରେ ସ୍ନାନଯାତ୍ରା କରାଯାଇଥିଲା। ଏହା ଦ୍ବାରା କୋଟିକୋଟି ଜଗନ୍ନାଥପ୍ରେମୀ ଏବଂ ଓଡ଼ିଆ ସଂସ୍କୃତି ଓ ଗାରିମାକୁ ଆଘାତ ପହଞ୍ଚାଉଛି। 

ଇସ୍କନ୍ ସଂସ୍ଥା ଦ୍ଵାରା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ପର୍ବ ପର୍ବାଣୀ ପାଳନ ବିରୋଧରେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ବାରମ୍ବାର ଏହିଭଳି ଭାବେ ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କାନ୍ତି ଭୁଲ ଭାବେ ପ୍ରଦର୍ଶନ ହେଉଛି। ପୂର୍ବରୁ ଏହାକୁ ନେଇ ବାରମ୍ବାର ଗଜପତି ମହାରାଜା ବିରୋଧ ପ୍ରକାଶ ମଧ୍ୟ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ବିଦ୍ଵାନ୍, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। 

puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe