ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ: ଆଇନ୍‌ ମନ୍ତ୍ରୀ

ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ।

ଅଦ୍ୟତନ ହୋଇଛି
Prithivraj Harichandan

Prithivraj Harichandan Photograph: (sambad.in)

ଭୁବନେଶ୍ବର: ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବନ କଲେ। ଆଶା କରାଯାଉ ଥିଲା ଯେ ତାହା ପରେ କଂଗ୍ରେସ ବିଧାୟକମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। କିନ୍ତୁ କଂଗ୍ରେସ ବିଧାୟକମାନେ ଏହା କଲେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ରାଜନୈତିକ ଚକ୍ରାନ୍ତ କରି ଓଡ଼ିଶାର ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି। 

କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ୨୭ ତାରିଖରେ ଆନ୍ଦୋଳନର ଡାକରା ଦେଇଛି। ବୁଡ଼ି ଯାଇଥିବା ଡ଼ଙ୍ଗାକୁ ବଞ୍ଚେଇବାକୁ ଉଦ୍ୟମ କରୁଛି। ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ଦିଅ ନାହିଁ। ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରିବ। ବିକାଶକୁ ହତ୍ୟା କରିବ। ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି।  

-ପୃଥ୍ବୀରାଜ ହରିଚନ୍ଦନ, ଆଇନ୍‌ ମନ୍ତ୍ରୀ

ବିଧାନସଭାରେ ଗୁଣ୍ଡା ରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ। ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ଧୁଣି ଦୁଷ୍କର୍ମ ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନାକୁ ଆସିଥିଲା। କଂଗ୍ରେସ ଶାସନ କାଳରେ ମହିଳାଙ୍କ ଉପରେ ପାସବିକ ଅତ୍ୟାଚାର ହୋଇଥିଲା। ମହିଳାଙ୍କୁ ମୃତ୍ୟୁର ଦ୍ୱାର ଦେଖାଇ ଦେଇଛନ୍ତି। କିନ୍ତୁ ଆମ ସରକାର ସଚେତନ ଅଛନ୍ତି। ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ହନନ କରୁଛ କଂଗ୍ରେସ। ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ। କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି। 

ଆଇନ୍‌ ମନ୍ତ୍ରୀ କହିଛନ୍ତି, ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ। ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିୟର କହୁଛି, କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ। କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ, ଯାହା କି କଂଗ୍ରେସର ସଦସ୍ୟମାନେ ଭଲ ଭାବେ ଜାଣିଛନ୍ତି। କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ କଂଗ୍ରେସ  ୱାସ୍ ଆଉଟ କରିବାକୁ ପରିକଳ୍ପନା କରିଛି। ବିରୋଧୀ ଉତ୍ତର ଚାହୁଁଛି ଆମେ ଉତ୍ତର ଦେବୁ। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତି ଦାବି କରି ନାହାନ୍ତି  କିନ୍ତୁ ତାମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭାରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ। 

ଆଇନ୍‌ ମନ୍ତ୍ରୀଙ୍କ ପ୍ରତିକ୍ରିୟା

  1. କଂଗ୍ରେସକୁ ଛତ୍ର ଛାୟା ତଳେ ଘୋଡେଇ କି ରଖିଛି ପ୍ରମୁଖ ବିରୋଧୀ ଦଳ। ଭାବ ଦୋସ୍ତିରେ ସାମିଲ ଅଛନ୍ତି। ତାଙ୍କ ସମୟରେ ଇତିଶ୍ରୀ, ବେବିନା ପରି ପିହୁ, ସ୍ମିତାରଣୀ ଭଳି ମହିଳା ଅପରାଧ କଥା କହିଲେ ତାଙ୍କ ପିଏଚଡ଼ି ହେବ। ତତ୍କାଳୀନ ସରକାର ବେଳେ ପୁଲିସ ବିଭାଗକୁ ବଡ଼ ଅବହେଳିତ କରି ରଖା ଯାଇଥିଲା। ୧୬ ହଜାର  ପଦବି ଖାଲି ପଡିଥିଲା। ମିଛ କେସ ଲଗେଇ ଆମ କର୍ମୀକୁ ଗିରଫ କରୁଥିଲେ। ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ ହେଉ ଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ତୃତୀୟ ମହଲାରୁ ଅନୁମୋଦନ ନେବାକୁ ପଡୁଥିଲା। ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି। 
  2. ପ୍ରତିଦିନ ବିଧାନସଭା ଚଲେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି। 
  3. ଗତକାଲି ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାପମାନଙ୍କୁ ଆକ୍ରମଣ କଲେ। ଗୁଣ୍ଡାରାଜ କଲେ। ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ। ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି। ତା ପରେ ଯାଇ ବିଧାନସଭାର ଷ୍ଟାପ ତାଙ୍କୁ ବାହାରକୁ ବାହାର କରିଥିଲେ। 
  4. କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି। କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଆମେ ଆମର ଭୁଲ ମାନିନେବୁ।
  5. ଆମେ ଅନୁରୋଧ କରୁଛୁ ବିରୋଧୀଙ୍କୁ ଆସନ୍ତୁ। ସମସ୍ତେ ମିଳି ମିଶି ରାଜ୍ୟର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିବା। 

Assembly | Prithviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe