କଟକ: କଂଗ୍ରେସରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଁ ଖୁସି। ମୋର ବିଚାରଧାରା କଂଗ୍ରେସ ସହ ଅଛି। ରାହୁଲ ଭୁଲ୍ କଲେ ବି କହିବାର ଅଧିକାର ଅଛି। ମୁଁ କିଛି ଭୁଲ କରିନି। ଯାହା କରିଛି ସେଥିଲାଗି ଅନୁତାପ କରୁନି। ସମର୍ଥକ, ଶୁଭେଚ୍ଛୁ ଓ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି।
ସୋଫିଆ ନିଜେ ନିଷ୍ପତ୍ତି ନେବେ
ଏକ ସାମ୍ବାଦିକ ସମ୍ମିଳନୀରେ ମହମ୍ମଦ ମୋକିମ୍ ଆହୁରି କହିଛନ୍ତି, ମୁଁ କାହାକୁ ଡରି ଚିଠି ଲେଖିନଥିଲି। ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଏନେଇ ମୁଁ ଅଧିକ କିଛି କହିବାକୁ ଚାହୁଁନାହିଁ। ମୁଁ ୨୪ ଘଣ୍ଟା ସମାଜସେବା କରୁଛି, ରାଜନୀତି କରୁଛି ଓ କରିବି। ମୋର ଚିଠିକୁ ରାଜ୍ୟ ଓ ଜାତୀୟ ଗଣମାଧ୍ୟମ ଗୁରୁତ୍ବର ସହ ନେଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ସୋଫିଆ କଂଗ୍ରେସର ବିଧାୟକ ଅଛନ୍ତି। ସେ ନିଜେ ନିଷ୍ପତ୍ତି ନେବେ। ମୋତେ କିଛି ଦିନ ସମୟ ଦିଅନ୍ତୁ, ମୁଁ ଆଗକୁ କେଉଁ ଦଳରେ ଯୋଗ ଦେବି, ସେନେଇ ଆପଣଙ୍କୁ ଜଣାଇବି।
ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଛି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଛନ୍ତି।
ମୁହଁ ଖୋଲିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ଗତକାଲି ମୁହଁ ଖୋଲିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ କହିଥିଲେ, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ସହଜରେ ହଜମ କରିପାରୁ ନଥିଲେ। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି କୁହାଯାଉଥିଲା। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଥିଲା ଯେ ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା କରିଥିଲେ। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଥିଲା।
ଆହୁରି ପଢ଼ନ୍ତୁ: landmines explosion ସରଣ୍ଡା ଜଙ୍ଗଲରେ ଦୁଇ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଦୁଇ କୋବ୍ରା ଯବାନ ଆହତ, ଏୟାରଲିଫ୍ଟ କାରାଯାଇଥିବା ସୂଚନା
ଓଡ଼ିଶାରେ କଂଗ୍ରେସର ନେତୃତ୍ବ ନେଇ ପ୍ରଶ୍ନ ଉଠାଇଲେ ମୋକିମ
ରାଜ୍ୟସଭା ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଟକ-ବାରବାଟୀରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ। ଏଥି ସହିତ ଦଳର ନେତୃତ୍ଵର ନବୀକରଣ କରାଯାଉ ବୋଲି ଦାବି କରିଥିଲେ। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନଜୀବିତ କରାଗଲେ ଭବିଷ୍ୟତ ମଜବୁତ ହେବ ବୋଲି ମଧ୍ୟ କହିଥିଲେ।
ଆହୁରି ପଢ଼ନ୍ତୁ: AIIMS–ICMR Study : ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ
ବରିଷ୍ଠ ନେତା କହିଥିଲେ, ଦୀର୍ଘ ଦିନ ହେଲା ଭାରତୀୟ ଜାତୀୟ କଂଗ୍ରେସ ପାଇଁ କାମ କରୁଛି। କଂଗ୍ରେସ ସହିତ ମୋର ପରିବାର କାମ କରିବା ନୂଆ କଥା ନୁହେଁ। ମୋର ଜେଜେବାପାଙ୍କର ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ, ଯିଏକି ସ୍ବାଧୀନତା ସଂଗ୍ରାମର କଷ୍ଟ ଜାଣିଥିଲେ। ମୋର ବଡ଼ ଭାଇ ଯିଏ କି ୪୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ, ସେ ମଧ୍ୟ ତାଙ୍କ ଜୀବନକୁ କଂଗ୍ରେସ ସହିତ ଯୋଡ଼ିଥିଲେ। ଶେଷ ନିଃଶ୍ବାସ ନେବା ଯାଏଁ କଂଗ୍ରେସ ପାଇଁ କାମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/13/mokim-2025-12-13-03-22-22.jpg)