ବନ୍ୟା ପାଇଁ ରାଜ୍ୟ ସରକାର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ହିସାବ ଦିଅନ୍ତୁ: କଂଗ୍ରେସ

ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର  ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

New Project (18)

ଭୁବନେଶ୍ବର: ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର  ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ। ୩ଟି ନୁହେଁ, ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ସରକାର ମୟୂରଭଞ୍ଜ ଜିଲ୍ଲା କଥା କହୁନାହାନ୍ତି। କିନ୍ତୁ ସେ ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜୁଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହା କହିଛନ୍ତି। 

କଂଗ୍ରେସ ଭାବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ- ବନ୍ୟାରେ ୩୦ ହାଜର ଲୋକ ପ୍ରଭାବିତ ହୋଇଛନ୍ତି। ୮ଟି ବ୍ଲକ ମଧ୍ୟ ପ୍ରଭାବିତ ହୋଇଛି। ୭ଦିନରେ ୧୦ ହାଜର ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କି? ପ୍ରତେକ ଜିଲ୍ଲାରେ ମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି? 

ବନ୍ୟାରେ କ୍ଷୟଖତିର ସମ୍ପୂର୍ଣ ତଥ୍ୟ, ମୃତଙ୍କ ସଂଖ୍ୟା ଏବଂ କେତେ ଚାଷଜମି ନଷ୍ଟ ହୋଇଛି ତାହାର ସମୀକ୍ଷା ହୋଇଛି କି?

-ଭକ୍ତ ଚରଣ ଦାସ, ପିସିସି ସଭାପତି

ବନ୍ୟାରେ କ୍ଷୟକ୍ଷତିର ସମ୍ପୂର୍ଣ ତଥ୍ୟ, ମୃତଙ୍କ ସଂଖ୍ୟା ଏବଂ କେତେ ଚାଷଜମି ନଷ୍ଟ ହୋଇଛି ତାହାର ସମୀକ୍ଷା ହୋଇଛି କି? ବନ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କେତେ ପ୍ରଦାନ କରିଛନ୍ତି  ଏବଂ ରାଜ୍ୟ ସରକାର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ହିସାବ ଦିଅନ୍ତୁ।

କଂଗ୍ରେସ ଦାବି କରୁଛି ଯେ, ବନ୍ୟାରେ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେଥିପାଇଁ  ଗୋଟିଏ ମାସ ରିଲିଫ ପ୍ରଧାନ କରାଯାଉ। ଚାଷୀ ଏବଂ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ। ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରାଯାଉ। ୩ ଜିଲ୍ଲା ନୁହେଁ ସମ୍ପୂର୍ଣ ୫ ଜିଲ୍ଲାରେ ସମସ୍ତ ବ୍ଲକର କ୍ଷୟକ୍ଷତି ଆକଳନ କରି ଭରଣା ପ୍ରଦାନ କରାଯାଉ। ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସ୍ଥାୟୀ ସମାଧାନ କରାଯାଉ।  

 congress | Bhakta Charan Das

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe