ଦୀପାଳି ଦାସଙ୍କ ଉପରେ ଚାପ ସୃଷ୍ଟି କରୁଛି ବିଜେଡି: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ଦୀପାଳି ଦାସଙ୍କ ଉପରେ ଚାପ ସୃଷ୍ଟି କରୁଛି ବିଜେଡି। ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ପୁରା ଘଟଣାରେ ଫସିଯିବେ।  ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି।

nji

ଭୁବନେଶ୍ବର:ଦୀପାଳି ଦାସଙ୍କ ଉପରେ ଚାପ ସୃଷ୍ଟି କରୁଛି ବିଜେଡି। ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ପୁରା ଘଟଣାରେ ଫସିଯିବେ।  ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି । ଏଭଳି ବୟାନ ଦେଇଛନ୍ତି ବିଜେପିର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଯାହାକୁ ନେଇ ପୁଣି ଥରେ ତେଜିଛି ନବହତ୍ୟା ରାଜନୀତି । 

ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ। ଯେବେ ବି ଦୀପାଳି କିଛି କହୁଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜେଡି ନବଙ୍କ ପରିବାର ଉପରେ ଭାରି ହୋଇ ପଡ଼ିଛି ।

ଖାଲି ଏତିକି ନୁହେଁ ବରଂ ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ। ଯେବେ ବି ଦୀପାଳି କିଛି କହୁଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜେଡି ନବଙ୍କ ପରିବାର ଉପରେ ଭାରି ହୋଇ ପଡ଼ିଛି । ନୂଆ ସରକାର ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ନବଙ୍କ ପରିବାରଙ୍କୁ ତଦନ୍ତ ନେଇ ଆପତ୍ତି ଅଭିଯୋଗ କି ଦେବାକୁ କହିଛନ୍ତି । ପୁର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ କ୍ଲୋଜ କରି ରଖିଛି । ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନଦେବେ ନବଙ୍କ ଫାଇଲ କ୍ଲୋଜ ହୋଇ ଯାଇପାରେ । ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।  

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ଚାହୁଁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି  ଓ ବିଶାଳଙ୍କୁ ନୋଟିସ ଦେଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହା ଯାଇଥିଲା ସିବିଆଇ ତଦନ୍ତ ପାଇଁ ପରିବାର ପକ୍ଷରୁ ଲିଖିତ ଭାବେ ଦିଆଯାଉ । ମୋଟ୍‌ ଉପରେ ପ୍ରଦୀପ ନବ ଦାସଙ୍କ ମାମଲାରେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe