ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତରେ ଅଛନ୍ତି। ଏହି ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତରେ ଅଛନ୍ତି। ଏହି ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି।

PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତରେ ଅଛନ୍ତି। ଏହି ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍" ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା।


ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ୧.୪ କୋଟି ଲୋକଙ୍କୁ ଏବଂ ଭାରତ ଓ ନାମିବିଆ ମଧ୍ୟରେ ଥିବା ଐତିହାସିକ ତଥା ସ୍ଥାୟୀ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ନନ୍ଦୀ-ନଦାଇତୱା ଏବଂ ନାମିବିଆର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ। 

ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାରକୁ ଭାରତ ଏବଂ ନାମିବିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହା ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶର ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ।  

Narendra Modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe