ଭୁବନେଶ୍ବର ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଭୁବନେଶ୍ବର ଆସୁଥିବା ନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରାଜ୍ୟ ବିଜେପି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବି। ଓଡ଼ିଶାରେ ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟରେ ବିକାଶକୁ ଉଚ୍ଚକୁ ନେଇଛି।

Updated On

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଭୁବନେଶ୍ବର ଆସୁଥିବା ନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରାଜ୍ୟ ବିଜେପି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବି। ଓଡ଼ିଶାରେ ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟରେ ବିକାଶକୁ ଉଚ୍ଚକୁ ନେଇଛି।

ଅଦ୍ୟତନ ହୋଇଛି
jio

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଭୁବନେଶ୍ବର ଆସୁଥିବା ନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରାଜ୍ୟ ବିଜେପି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବି। ଓଡ଼ିଶାରେ ବିଜେପି ସରକାର ଆସିବାଦିନଠାରୁ ରାଜ୍ୟରେ ବିକାଶକୁ ଉଚ୍ଚକୁ ନେଇଛି। ଗରିବ ଓ ଦଳିତ ଲୋକମାନଙ୍କ ଲାଗି ଅନେକ କାମ ହାତକୁ ନେଇଛନ୍ତି।

ଆଜି ୪ଟା ୧୫ରେ ଏକ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦର ବାହାରେ ଏକ ସଭାରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ସିଧାସଳଖ ରାଜଭବନକୁ ଯିବେ। ରାଜଭବନରେ ପ୍ରାୟ ୧ଘଣ୍ଟା ରହିବା ପରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୈଠକ ସରିବା ପରେ କଡ଼ା ସୁରକ୍ଷା ଭିତରେ ପୁନର୍ବାର ରାଜଭବନକୁ ଫେରିଯିବେ। ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ରହଣି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ସୂଚନାଯୋଗ୍ୟ, ୫୯ତମ ଡିଜି-ଆଇଜିପି ସମ୍ମିଳନୀ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ୪ଟା ୧୫ରେ ଏକ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦର ବାହାରେ ଏକ ସଭାରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ସିଧାସଳଖ ରାଜଭବନକୁ ଯିବେ। ରାଜଭବନରେ ପ୍ରାୟ ୧ଘଣ୍ଟା ରହିବା ପରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୈଠକ ସରିବା ପରେ କଡ଼ା ସୁରକ୍ଷା ଭିତରେ ପୁନର୍ବାର ରାଜଭବନକୁ ଫେରିଯିବେ। ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ରହଣି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିନ ୧ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଲୋକସେବା ଭବନ କନ୍ଭେନସନ୍ ହଲକୁ ଯିବେ। ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍ଘାଟନ କରିବେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍ ମେସ୍କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe