ଗାଡ଼କଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଲୋକଙ୍କ ସହ ମନଖୋଲି କଥା ହେଲେ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣରେ ପହଞ୍ଚିଛନ୍ତି। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଛି।

Updated On

ଅଦ୍ୟତନ ହୋଇଛି
s-a54

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚିଛନ୍ତି। ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖାଇଛନ୍ତି କ୍ଷୀରି। ମୋଦୀଙ୍କ ପାଇଁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସୁସ୍ୱାଦୁ କ୍ଷୀରି ପ୍ରସ୍ତୁତ କରିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଛି। ଲୋକେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗାଡ଼କଣରେ ପୁଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗାଡ଼କଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe