ପାକିସ୍ତାନରେ ଭାରତର ଏୟାର ଷ୍ଟ୍ରାଇକ୍: ଟଳିପଡ଼ିଲେ ୫୦ ଆତଙ୍କବାଦୀ, ପ୍ରଧାନମନ୍ତ୍ରୀ ଦେଖୁଥିଲେ ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟ...

ପିଏମ୍ ଆବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିଲେ। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ  ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି।

ଅଦ୍ୟତନ ହୋଇଛି
hhh50

Photograph: (Sambad.in)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନିବାସରେ ଭାରତୀୟ ସେନାର ଅପରେସନ ସିନ୍ଦୂରର ସମସ୍ତ ଦୃଶ୍ୟକୁ ଦେଖୁଥିଲେ ଏବଂ ସମସ୍ତ ବିଷୟରେ ସୂଚନା ଗ୍ରହଣ କରୁଥିବା ଜଣାଯାଇଛି। ଭାରତୀୟ ସେନା ଲଶ୍କର ମୁଖ୍ୟାଳୟ ଓ ମସୁଦ ଅଜହରର ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ପ୍ରାୟ ୫୦ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ପାକ୍ ଅଧିକୃତ କାଶ୍ମୀର (ପଓକେ)ରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧରାତିରେଅପରେସନ ସିନ୍ଦୂରଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ। ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ହୋଇଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର। ଭାରତୀୟ ବାୟୁସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି। ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ। 

ଏହି କାର୍ଯ୍ୟାନୁଷ୍ଠାନପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି- ‘ନ୍ୟାୟର ହେଲା ଜୟ ହିନ୍ଦ୍‌’ଏଣେ ପ୍ରତିରକ୍ଷା ମନ୍ତ୍ରୀଭାରତମାତାକୀ ଜୟବୋଲି କହିଛନ୍ତି। ଠିକ୍ ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତିଜୟ ହିନ୍ଦ୍‌’ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟ ହିନ୍ଦ୍‌ ‘ଜୟ ହିନ୍ଦ୍କୀ ସେନା" କହିଛନ୍ତି।

ପାକ୍ ଅଧିକୃତ କଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ ସଫଳତା ମିଳିଛି। ଅଧରାତିରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ। ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ। ପାକ୍ ଅଧିକୃତ କଶ୍ମୀରରେ ଏୟାର ଷ୍ଟ୍ରାଇକ୍ କଲେ ଭାରତୀୟ ବାୟୁବୀର। ଭାରତୀୟ ବାୟୁସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକାଶପଥରୁ ଆକ୍ରମଣ କରାଯାଇଛି। ଭାରତୀୟ ବାୟୁସେନାର ଲଢୁଆ ବିମାନ ଗୁଡିକ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସେଗୁଡିକୁ ଧ୍ବଂସ କରିଦେଇଥିବା ସୂଚନା ଦିଆଯାଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ଅଣ ଆତଙ୍କବାଦୀ କାର୍ଯ୍ୟକଳାପ ସ୍ଥଳୀରେ ଆକ୍ରମଣ କରାଯାଇ ନାହିଁ। 

ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଯାଇ, ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।

ଏହି ଆକ୍ରମଣ ପରେ ନୂଆଦିଲ୍ଲୀରେ ବୈଠକ ଜାରି ରହିଛି। ପ୍ରତିରକ୍ଷାମନ୍ତ୍ରାଳୟରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ପହଞ୍ଚିଛନ୍ତି। ତେଣେ ଭାରତର ବାୟୁସେନା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ତେଣେ କୁପଓ୍ବାଡ଼ା ଜିଲ୍ଲାରେ ଗୁଳିଗୋଳା ବର୍ଷା ଜାରି ରହିଛି। ଭାରତ ଯୁଦ୍ଧ ଆରମ୍ଭ କରିଦେଇଥିବା ନେଈ ପାକିସ୍ତାନରେ ଲଗାତାର ଘୋଷଣା କରାଯାଉଛି। ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନରେ ହାହାକାର ଦେଖିବାକୁ ମିଳିଛି। ଲାହୋର ବିମାନବନ୍ଦରକୁ ସଂପୂର୍ଣ୍ଣରୂପେ ସିଲ୍ କରିଦିଆଯାଇଛି। ଉରି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷା ଜାରି କରାଯାଉଛି।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ଆତଙ୍କବାଦୀଙ୍କ ୫ଟି ଠିକଣା ଉପରେ  ଆକ୍ରମଣ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ଶରିଫ୍ କହିଛନ୍ତି ଯେ ଭାରତର ଆକ୍ରମଣର କଡ଼ା ଜବାବ୍ ଦେବ ପାକିସ୍ତାନୀ ସେନା। ସାରା ପାକିସ୍ତାନବାସୀ ସେନା ସହିତ ଅଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ସକାଳ ସାଢେ ୧୦ଟା ବେଳେ ଜରୁରୀ ବୈଠକ ଡାକିଛନ୍ତି। ଖାଲି ସେତିକି ନୁହେଁ, ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏମର୍ଜେନ୍ସି ଘୋଷଣା କରାଯାଇଛି।

 pahalgam-terror-attack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe