ମାଲକାନଗିରିର ପ୍ରତ୍ୟେକ ବିଦ୍ୟାଳୟରେ ଅଦ୍ବିକା କ୍ଲବ ଗଠନ ନେଇ ଗୁରୁତ୍ବାରୋପ

ମାଲକାନଜିରି ଜିଲ୍ଲା ନୋଡାଲ ସଚିବ ଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ବିଭାଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସଂପର୍କିତ ଆଲୋଚନା କରିଛନ୍ତି। ଯେଉଁ ବିଭାଗରେ ସମସ୍ୟା ରହୁଛି ସେଗୁଡିକୁ ଉପସ୍ଥାପନ କରିବାକୁ ଜିଲ୍ଲାଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନଗିରି: ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସ୍ୱାଗତ ଜଣାଇ ସମସ୍ତ ବିଭାଗର କାର୍ଯ୍ୟନ୍ଵୟନ ଉପରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର କ୍ଷେତ୍ର ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାମ ସବୁ ଭଲରେ ହୋଇଛି ବୋଲି  ଶ୍ରୀମତି ଶର୍ମା ମତବ୍ୟକ୍ତ କରିଥିଲେ।

ଜିଲ୍ଲା ନୋଡାଲ ସଚିବ ଭାବେ ଏହା ପ୍ରଥମ ବୈଠକ ଓ ଯେଉଁ ବିଭାଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ରହୁଛି ସେଗୁଡିକୁ ଉପସ୍ଥାପନ କରିବାକୁ ଜିଲ୍ଲାଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଜନଜାତି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ଼ୀକରଣ ଓ ବାଳିକାମାନଙ୍କର ସୁରକ୍ଷିତ ଭବିଷ୍ୟତ ନେଇ ସମ୍ପୁକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଆଦ୍ଵିକା କ୍ଲବ ଗଠନ କରିବା ପାଇଁ ଶ୍ରୀମତି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏନଜିଓ ସହଯୋଗରେ ଲେଡି ସୁପରଭାଇଜର, ବିଦ୍ୟାଳୟ କର୍ମଚାରୀ ଓ ଅଭିଭାବକମାନଙ୍କୁ ନେଇ ବାଳିକାମାନଙ୍କର ସୁରକ୍ଷିତ ଭବିଷ୍ୟତ ନେଇ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି।

publive-image

ବଣ୍ଡାଘାଟି ସମେତ ଅନେକ ପାହାଡିଆ ଦୁର୍ଗମ ଜନଜାତି ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ବିଦ୍ୟାଳୟ ଭିତ୍ତିଭୂମି ସହ ଶିକ୍ଷକମାନଙ୍କ ନିମନ୍ତେ କ୍ୱାଟର ବ୍ୟବସ୍ଥା କରିବା ପାଇଁ ଆଲୋଚନା କରାଯାଇଛି। ବାଲ୍ୟ ବିବାହ ମୁକ୍ତ ମାଲକାନଗିରି କରିବା ପାଇଁ ସ୍କୁଲ କଲେଜ ହସ୍ପିଟାଲ ଇତ୍ୟାଦି ସ୍ଥାନରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଜିଲ୍ଲାରେ ବାହାର ରାଜ୍ୟକୁ କର୍ମ ସନ୍ଧାନରେ ଯାଉଥିବା କର୍ମଜୀବିଙ୍କ ତଥ୍ୟ ଗୁରୁତ୍ବର ସହ  ନିରୀକ୍ଷଣ କରିବା ପାଇଁ ଶ୍ରମ ଅଧିକାରୀଙ୍କୁ କୁହାଯାଇଛି। ମନରେଗା ଓ ଆଇଟିଡିଏ ମାଧ୍ୟମରେ ଜନଜାତି ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ରୋଜଗାର ପନ୍ଥା ପ୍ରଦାନ କରିବା ପାଇଁ କୁହାଯାଇଛି। ସେହିପରି ସ୍ବାସ୍ଥ୍ୟ, କୃଷି, ବିଦ୍ୟୁତ୍, ପାନୀୟ ଜଳ, ଖାଦ୍ୟ ଯୋଗାଣ ଓ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା କରି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ପରିଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରୀମତି ଶର୍ମା ନାକାମାମୁଡି ଗ୍ରାମ ପଞ୍ଚାୟତର ନିଲାପାରୀ ଆଦର୍ଶ ଗ୍ରାମ ଗସ୍ତ କରି ଇଣ୍ଟିଗ୍ରେଟେଡ ଫାର୍ମିଂ ସିଷ୍ଟମରେ ଆମ୍ବ ଓ ପରିବା ଚାଷ ପ୍ରଣାଳୀ ବୁଲି ଦେଖିଥିଲେ। ଏଥିସହ ପିଏମ ଜନମନ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦେଖିଥିଲେ। ସେହିପରି ଚିତ୍ରକୋଣ୍ଡା ଗସ୍ତ କରି ଟେମ୍ପରାରି କଲୋନୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଵାସ୍ଥ୍ୟ ବ୍ୟବସ୍ଥା ପଚାରି ବୁଝିବା ସହ ଭିତ୍ତିଭୂମି ମଧ୍ୟ ଅନୁଧ୍ୟାନ କରିଥିଲେ। କମାରଗୁଡା ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସଲାର କଲ୍ଡ଼ ରୁମ୍, ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ବଡପଡ଼ା ମିନି ମେଗା ପାଇପ୍ ୱାଟର ସପ୍ଲାଏ, ଏଜୁକେସନାଲ କମ୍ପ୍ଲେକ୍ସ ପରିଦର୍ଶନ କରିବା ପରେ ସୁଭଦ୍ରା, ମମତା ଓ ଆଇସିଡିଏସ ହିତାଧୀକାରୀଙ୍କ ସହ ବଡପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଲୋଚନା କରିଥିଲେ।

Malkangiri | Tribal people | Education | school

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe